ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଖୁବ୍ ଶୀଘ୍ର ଚା ଖଟିରେ ଚର୍ଚ୍ଚା ବ୍ୟଙ୍ଗ ସମାଲୋଚନା ମୂଳକ ଲେଖା କେବଳ ଶ୍ରେୟ ତରଙ୍ଗ ରେ ଆସିବ।

ଆମ ସମାଜ ରେ ଘଟୁଥିବା ବିଭିନ୍ନ ଘଟଣା, ରାଜନୈତିକ, ସାମାଜିକ, ଓ ସାଂସ୍କୃତିକ, ଅର୍ଥନୈତିକ, ଅପରାଧ, ଘଟଣା ର ବ୍ୟଙ୍ଗ ସମାଲୋଚନା ମୂଳକ ଆଲୋଚନା ହେବ । ଏଥିରେ କାହାର ମାନ ସମ୍ମାନ ହାନି ହେବା ଭଳି ଲେଖା ଆମେ ଲେଖିବୁ ନାହିଁ । କିନ୍ତୁ ଘଟଣା ର ସତ୍ୟା ସତ୍ୟ କୁ ଅନୁଧ୍ୟାନ କରି, ତୀବ୍ର ସମାଲୋଚନା କରିବୁ । ଯେଉଁଭଳି ଚା ଖଟି ରେ ଆଲୋଚନା ହୁଏ, ଯାହାର ସତ୍ୟା ସତ୍ୟ କାହାକୁ ଜଣା ନଥାଏ, କିନ୍ତୁ ଆଲୋଚନା ହୁଏ, ସାଧାରଣ ଲୋକଙ୍କ ଠାରୁ ରାଜନେତା , ସମସ୍ତେ ସମାଲୋଚନା ର ଶିକାର ହୁଅନ୍ତି । ସେହିଭଳି ପ୍ରତେକ ଘଟଣାର ଅମଲୋଚନା କରିବୁ । କଥାରେ ଅଛି, ଯିଏ ସମାଲୋଚନା ସହିନି ସିଏ ମଣିଷ ହେଇନି। ବ୍ୟସ୍ତ ଜୀବନ ଭିତରେ କିଏ ବା କାହିଁକି କାହାକୁ ସମାଲୋଚନା କରିବ ? ସେ ସମାଜ ପାଇଁ ସେତିକି ଦରକାରୀ ବୋଲି ଚା ଖଟି ଭଳି ସାଧାରଣ ଖଟି ରେ ଚର୍ଚା ହୁଏ। । ପାଇଖାନା ରୁ ପାର୍ଲିଆମେଣ୍ଟ , ସବୁ କଥା ହୁଏ, ସେହିଭଳି ଆମର ପ୍ରୟାସ , ପାଠକୀୟ ଆଦୃତ ଲାଭ ନିଶ୍ଚୟ କରିବ । ଯିଏ ସୁଧୁରିବା କଥା ସୁଧୁରିବ, ନହେଲେ ଆମର ଢୋ । ମୁଖ୍ୟ ସମ୍ପାଦକ ଙ୍କୁ ଗାଳି ଦେବା ପାଇଁ କିମ୍ବା ପ୍ରଶଂସା କରିବା ପାଇଁ, ମତାମତ ଦେବା ପାଇଁ 9337645522 / 9178875424

