ନୟାଗଡ଼, (ଶ୍ରେୟ ତରଙ୍ଗ) ନୟାଗଡ଼ ଜିଲ୍ଲା ଗଣିଆ ଥାନା ଆଡ଼କଟା ପଞ୍ଚାୟତର ହଦପଶି ଗ୍ରାମର ଚରଣ ବେହେରା ଗତ ୩୦ ତାରିଖରୁ ନିଖୋଜ ଥିବବେଳେ, ଆଜି ତାଙ୍କର ମୃତ ଦେହ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗାଡିଆ ମଡା ଘାଟିରୁ ଉଦ୍ଧାର କରାଯାଇଛି । ନୟାଗଡ଼ ଏସଡିପିଓଙ୍କ ସହ ଗଣିଆ, ବାଣୀଗୋଚ୍ଛା ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ, ଖଜୁରୀପଡ଼ା ଦମକଳ ବାହିନୀ ସହାୟତା ରେ ସବ ଘାଟି ତଳୁ ଉଦ୍ଧାର କରାଯାଇଥିଲା । ନୟାଗଡ଼ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।

ସୂଚନା ଅନୁସାରେ, ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ ଘରୁ ମଦ ପିଇବାକୁ ଗତ ୩୦ତାରିଖ ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ। ରାତି ହେବାରୁ ଚରଣ ଘରକୁ ଫେରି ନଥିବାରୁ ପରିବାର ଲୋକ ସବୁଆଡ଼େ ଖୋଜାଖୋଜି କରି, ୩୧ ତାରିଖ ଅପରାହ୍ନରେ ଘର ନିକଟ ୨୦୦ମିଟର ଦୁରରେ ଏକ ଜମିରେ ଚରଣଙ୍କ ଏଟିଏମ କାର୍ଡ଼ ଓ ରକ୍ତ ଚିହ୍ନ ପଡିଥିବା ସହ ଘୁସୁରା ଚିହ୍ନ ଦେଖିବାକୁ ପାଇଥିଲେ । ହତ୍ୟା ସନ୍ଦେହରେ ଗଣିଆ ଥାନାରେ ଅଭିଯୋଗ ପରେ, ୧୦/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନୀ କୁକୁର ସହାୟତା ନେଇଥିଲେ ମଧ୍ୟ କୌଣସି ସୁରାକ ମିଳି ନଥିଲା । ନୟାଗଡ଼ ଏସପି ଏକ ଟିମ୍ ଗଠନ କରି, ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ।

ଅଭିଯୁକ୍ତ ମାନଙ୍କ ଫୋନ କଲ୍ ରେକଡ୍ ଯାଞ୍ଚ କରି ପୋଲିସ ସୁରାକ ପାଇଥିଲା । ଭଞ୍ଜନଗର ରୁ ଅଭିଯୁକ୍ତ ପିଣ୍ଟୁ ବେହେରା କୁ ଗିରଫ କରି, ପୋଲିସ ଘଟଣା ସ୍ଥଳକୁ ନେଇ କ୍ରାଇମ୍ ସୀନ୍ ରିକ୍ରେଶନ କରିଥିଲା । ଅଭିଯୁକ୍ତ ପିଣ୍ଟୁ ସହ, ମାନସ ଡାଙ୍ଗୁଆ ଏହି ହତ୍ୟା ଘଟଣା ରେ ସାମିଲ ବୋଲି ଅଭିଯୁକ୍ତ ପୋଲିସ ସାମ୍ନାରେ ମାନିଥିଲା । ବିଶ୍ଵସ୍ତ ପୋଲିସ ସୂତ୍ରରୁ ସୂଚନା ଅନୁସାରେ,ଅଭିଯୁକ୍ତ ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ, 30 ତାରିଖ ଦିନ ମୃତ ଚରଣ ବେହେରା ସହ ବସି ମଦ ପିଇଥିଲେ ଓ ବର୍ଷ ତଳେ ଥିବା ଜମିଜମା ବିବାଦ କୁ ପାଟିତୁଣ୍ଡ ହେବା ପରେ, ମାନସ ଓ ପିଣ୍ଟୁ ଏକ ଧଡ଼ାରେ, ଚରଣର ମୁଣ୍ଡକୁ କୁ ପିଟିଥିଲେ ଚରଣ ମରିଯିବା ପରେ, ପିଣ୍ଟୁ ର ଟ୍ରକ୍ ରେ ଆଣି ଘାଟିତଳେ ଫିଙ୍ଗିଦେଇ ଜୟପୁର ପଳେଇ ଯାଇଥିଲେ । ସେଥି ଟ୍ରକ୍ ରୁ ମାଲ ଖାଲିକରି ପୁଣି ଭୁବନେଶ୍ବର ଯାଇଛନ୍ତି । ଭୁବନେଶ୍ୱର ରୁ ଆସି ଭଞ୍ଜନଗର ରେ ଲୁଚିଥିବା ବେଳେ ଆଜି ପୋଲିସ ପିଣ୍ଟୁ କୁ ଗିରଫ କରିଥିଲା । ତେବେ ମୋବାଇଲ ବହୁତ୍ ସମୟ ବନ୍ଦ ରହୁଥିବାରୁ, ପୋଲିସ ତଦନ୍ତ ରେ ଅସୁବିଧା ହେଉଥିଲା । ଫୋନକଲ୍ ରେକଡ୍ କୁ ଆଧାର କରି ନୟାଗଡ଼ ପୋଲିସ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ 2020 ମସିହାରେ ହଦପଶି ଗାଁରେ ଏକ ହତ୍ୟା ଘଟଣା ରେ ମୃତ ଚରଣ ବେହେରା ର ସମ୍ପୃକ୍ତି ଥିବା ପୋଲିସ ନିକଟରୁ ସୂଚନା ମିଳିଛି ।


