ଗଣିଆ, (ଶ୍ରେୟ ତରଙ୍ଗ): ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଗମନାଗମନ ସୁବିଧା ନିମନ୍ତେ ପ୍ରତିବର୍ଷ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଛନ୍ତି ସରକାର । ବିଶେଷକରି, ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ପକ୍କା ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଠାରୁ ଗଣିଆ –ବଡମୂଳ ରାସ୍ତା ଖାଲଖମାରେ ଭରପୁର ହୋଇ ପଡିରହିଛି ।

ଗତ ୪ବର୍ଷ ତଳେ ଗଣିଆ ଠାରୁ କଳାପାଟ ରାସ୍ତା ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିଲା । ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁଁ ୨ବର୍ଷ ପରେ ଏହି ରାସ୍ତା ଖାଲଖମାରେ ଭରପୁର ହୋଇ ପଡିରହିଛି । ସେହିପରି ଗତ ୨୦୨୨ମସିହାରେ କଳାପାଟ ଠାରୁ ବଡମୂଳ ରାସ୍ତା ନିର୍ମାଣ ପାଇଁ ୨ୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇ ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସଂପୃକ୍ତ ଠିକାଦାରଙ୍କ ମନମାନୀ ଓ ବିଭାଗୀୟ କର୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଗତ ୨ବର୍ଷ ଧରି ଅଚଂଳବାସୀଙ୍କ ତରଫରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟରେ ମନ୍ଥରତା ଓ ଗଣିଆ ଠାରୁ ବଡମୂଳ ପର୍ପ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଦାବୀ କରିାସୁଥିଲେ ମଧ୍ୟ କେହି ବି ଶୁଣୁନଥିବା କୁହନ୍ତି ଛାମୁଣ୍ଡିଆ ଅଚଂଳର ଜୟଦେବ ସାହୁ ।
ଏହି ରାସ୍ତା ଦେଇ ଶହ ଶହ ଯାନବାହାନ ଓ ବାଇକ ଆରୋହି ଯାତାୟତ କରିଥାନ୍ତି । ରାସ୍ତାରେ ଖାଲଖମା ଯୋଗୁଁ ଅନେକ ଲୋକ ଛୋଟବଡ ଦୁର୍ଘଟଣାର ଶୀକାର ହେଉଛନ୍ତି । ଅଧାପନ୍ତରିଆ ରାସ୍ତାରୁ ଧୂଳି ଉଡିବା ଫଳରେ ସ୍ଥାନୀୟ ଜନସାଧାରଣ ଓ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହିପରି ବଡମୂଳ ମଙ୍ଗାନାସୀ ସ୍ୟାଣ୍ଡ ରିସୋର୍ଟକୁ ପ୍ରତ୍ୟେକ ଦିନ ପର୍ଯ୍ୟଟ୍ଟ୍କ ଆସୁଥିବା ବେଳେ ରାସ୍ତାର ଦୁରାବସ୍ଥା ଦେଖି ଆସିବାକୁ ନାକ ଟେକୁଛନ୍ତି । ଗଣିଆ- ବଡମୂଳ ରାସ୍ତାକୁ ପୁଣିଥରେ ନିର୍ମାଣ କରିବାକୁ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆସନ୍ତା ଫ୍ରେବୃଆରୀ ମାସର ଆରମ୍ଭରୁ ଛାମୁଣ୍ଡିଆ ଅଚଂଳବାସୀ ଗଣିଆ ବ୍ଲକ ଘେରାଉ କରିବା ସହ ରାସ୍ତାରୋକ ଓ ଧାରଣା ଦେବାକୁ ଦାବୀପତ୍ର ମାଧ୍ୟମରେ ନୟାଗଡ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଓଡିଶା ସରକାର, ବିଭାଗୀୟ ମନ୍ତ୍ରୀ, ଓଡିଶା ସରକାର, କନ୍ଧମାଳ ସାଂସଦ, ଦଶପଲ୍ଲା ବିଧାୟକ ସମସ୍ତଙ୍କୁ ଅବଗତ କରାଇଛନ୍ତି ।

