Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ଚାଷୀଙ୍କ ଠାରୁ ଧାନ କିଣିବେ କି ସରକାର? ସମବାୟ ସମିତି ଆଗରେ ଚାଷିଙ୍କ ଆନ୍ଦୋଳନ l

By sreyatarangaJanuary 16, 2025 ଆଜିର ଖବର
Ad 1


ରଣପୁର(ଶ୍ରେୟ ତରଙ୍ଗ): ରଣପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଚାଷୀ କ୍ଷତି ଗ୍ରସ୍ତ । ଧାନ ପାଚି ଅମଳ ବେଳକୁ ଲଘୁଚାପ ବର୍ଷା ଯୋଗୁଁ ଧାନ ବିଲରେ ଭାସିଲା । ଦୁଃଖ କଷ୍ଟ ଭିତରେ, ପାଣି ରୁ କାଦୁଅ ମିଶା ଧାନକୁ ଛାଣି ଖରା ରେ ଶୁଖେଇ ଅମଳ କରିଲେ । ଧାନ ମଣ୍ଡିରେ ବିକି ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ, ଧାନ ମଣ୍ଡି କୁ ନେଇ ଗଲା ବେଳକୁ, ଏଫେଏକ୍ୟୁ ମାନର ଧାନ ନୁହେଁ ଧାନ କିଣି ହେବ ନାହିଁ ବୋଲି ସଫା ସଫା ମାନକରିଦେଲେ ଆରଏମସି ଅଧିକାରୀ ଓ ମିଲର । ଏବେ ଚାଷୀ ମୁଣ୍ଡରେ ଚଡ଼କ, ଧାନ ମଣ୍ଡି ରେ ଦେଇ ପାରିବ କି ନାହିଁ । ଏ ପଟେ ନଭେମ୍ବର ମାସରେ ଧାନ ମଣ୍ଡି ସରକାର ନ ଖୋଲିବାରୁ ଚାଷି ବାଧ୍ଯ ହୋଇ ଅଭାବି ବିକ୍ରି ର ଶିକାର ହୋଇଛି। ବହୁ ବିଳମ୍ବ ରେ ଗତ କାଲି ୧୫ ଜାନୁୟାରୀ ରେ ରଣପୁର ବ୍ଳକ ରେ ନୀଳକଣ୍ଠେଶ୍ଵର ସେବା ସମବାୟ ସମିତି, ଗୋପାଳପୁର ରେ ଧାନ ମଣ୍ଡି ଚାଷିମାନଙ୍କ ଉପସ୍ଥିତିରେ ପ୍ରଥମ କରି ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢି ଉଦ୍ଘାଟନ କରି ଥିଲାବେଳେ ଟୋକନ ମୁତାବକ ଚାଷୀ ଆଣିଥିବା ଧାନକୁ ଆର ଏମ ସି ଅଧିକାରୀ ମାନେ ଏଫ ଏ କ୍ୟୁ ମାନ ନଥିବା ଦର୍ଶାଇବାରୁ ସମବାୟ ତରଫରୁ ଧାନ କିଣିବାକୁ ମନା କରିଥିଲେ। ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ କୌଣସି କଟନୀ ଛଟନୀ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲା ବେଳେ ପ୍ରଶାସନ ର ଏଭଳି ଚାଷି ବିରୋଧି ପଦକ୍ଷେପ ବୋଝ ଉପରେ ଲଳିତା ବିଡା ବୋଲି ଚାଷି ଓ ଚାଷି ସଙ୍ଗଠନ ତରଫରୁ ସମାଲୋଚନା କରିବା ସହ ଆଜି ସମବାୟ ପରିସରରେ ଚାଷି ମାନେ ଧାନ ରଖି ସମବାୟ ଅଫିସି ସମ୍ମୁଖ ରେ ଚାଷି ନେତା ବ୍ରଜ ଖରଡା ଙ୍କ ସଭାପତିତ୍ବ ରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି। ରଣପୁର ଅଞ୍ଚଳର ସମସ୍ତ ଚାଷିଙ୍କ ଠାରୁ ବିନା କଟନୀ ଛଟନୀ ରେ ତୁରନ୍ତ ଧାନ କିଣିବା,ନୀଳ କଣ୍ଠସ୍ଵରରେ ସେବା ସମବାୟ ସମିତି ରେ ପଡିରହିଥିବା ସମସ୍ତ ଧାନ କ୍ବିଣ୍ଟାଲ ପିଛା ତୁରନ୍ତ ୩୧୦୦ ଟଙ୍କାରେ କ୍ରୟ କରିବା, ଧାନ କିଣାରେ ଏଫ ଏ କ୍ୟୁ ମାନ ତୁରନ୍ତ ବାତିଲ୍ କରିବା ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି। ନଚେତ ଆଜିଠାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆସନ୍ତା କାଲି ଠାରୁ ତିବ୍ରତର ହେବ ବୋଲି ସମବାୟ ସମ୍ପାଦକଙ୍କ ଜରିଆରେ ଏକ ଦାବୀ ପତ୍ର ରଣପୁର ତହସିଲ ଦାର ଙ୍କ ଉଦ୍ଧେଶ୍ୟରେ ଦିଆଯାଇଛି। ସରକାର ଓ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ଭାବେ ଧାନ ନ କିଣିଲେ ଚାଷିମାନେ ରାସ୍ତା କୁ ଓହ୍ଲାଇବେ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।

Ad 2

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.