ନୟାଗଡ଼(ଶ୍ରେୟ ତରଙ୍ଗ): ପୁରୁଣା ନୟାଗଡ଼ ସହର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଗୋପୀନାଥ ମନ୍ଦିର ରୁ ଚୋରି ଘଟଣା ରେ ଏକ ଚାରି ଜଣିଆ ଅନ୍ତ ଜିଲ୍ଲା ଚୋର ଗ୍ରୁପ୍ କୁ ନୟାଗଡ଼ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ନୟାଗଡ଼ ଜିଲ୍ଲାର ବିଭିନ୍ନ ମନ୍ଦିର ରୁ ଚୋରି ହୋଇଥିବା ଠାକୁରଙ୍କ ମୁକୁଟ, ଚିତା,ବାସନ କୁସନ୍ ସହ ନଗଦ ୪୦ ହଜାର ଟଙ୍କା ଜବତ ହୋଇଛି ।

ନୟାଗଡ଼ ଏସପି ଏସ ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି, ଗତ ୧୯ ଫ୍ରେବିଆରି ରାତିରେ ଜଗନ୍ନାଥ ମନ୍ଦିର ରୁ କବାଟ ଭାଙ୍ଗି ହୁଣ୍ଡି ରୁ ଟଙ୍କା, ଶ୍ରୀ ଜିଉ ଙ୍କ ମଥାରୁ ସୁନା ଚିତା, ସହ ଅନ୍ୟ ଅଳଙ୍କାର ଚୋରି ହୋଇଥିବା ନେଇ ଦେବୋତ୍ତର ମ୍ୟାନେଜର ସୁବାସ ବରାଡ ନୟାଗଡ଼ ଟାଉନ ଥାନା ରେ ଅଭିଯୋଗ କରିଥିଲେ । ପରେ ସେହି ଫ୍ରେବିଆରୀ ୨୮ ତାରିଖ ରାତିରେ ପୁଣି ପୁରୁଣା ସହର ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସାମ୍ନା ରେ ଥିବା ଗୋପୀନାଥ ମନ୍ଦିର ରୁ ଠାକୁରଙ୍କ ବ୍ୟବହାର କରାଯାଉଥିବା ବିଭିନ୍ନ ପିତଳ ବାସନ କୁସନ, ସୁନା ଅଳଙ୍କାର, ଚୋରି ହୋଇଥିବା ନେଇ,ପୁଣି ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଏହି ଘଟଣା ରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ଦୁଇଟି ମାମଲା ୬୭/୨୫ ଓ ୮୦/୨୫ ରେ କେସ ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ନୟାଗଡ଼ sdpo ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ଟିମ୍ ଗଠନ ହୋଇଥିଲା । ସିସିଟିଭି ଫୁଟେଜ କୁ ଆଧାର କରି, ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କର୍ମୀଙ୍କୁ ଗିରଫ ପରେ ଘଟଣା ସାମ୍ନାକୁ ଆସିଥିଲା।

ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କର୍ମୀ, କଣ୍ଟାମାଳ ବୌଦ୍ଧ ଜିଲ୍ଲା,, ଟାର୍ଗେଟ କରିଥିଲା ବିଭିନ୍ନ ହିନ୍ଦୁ ଦେବାଦେବୀ ଙ୍କ ମନ୍ଦିର । ମୋବାଇଲରେ ଗୁଗଲ ମ୍ୟାପ କୁ ବ୍ୟବହାର କରି, ମନ୍ଦିର ବିଷୟରେ ସବିଶେଷ ତଥ୍ୟ ଆଦାୟ କରିବା ସହ, କେମିତି ମନ୍ଦିର ରୁ ସହଜ ରେ ଲୁଟ କରିହେବ, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା । ବୌଦ୍ଧ,କନ୍ଧମାଳ,ନୟାଗଡ଼, ସୁବର୍ଣ୍ଣପୁର ଜିଲ୍ଲାରେ ସୁଶାନ୍ତ କର୍ମୀଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି । ନୟାଗଡ଼ ଜଗନ୍ନାଥ ମନ୍ଦିର ଚୋରି ପୂର୍ବରୁ ଫୁଲବାଣୀ ସହର ରେ ଥିବା ଜଗନ୍ନାଥ ମନ୍ଦିର ରୁ ମଧ୍ୟ ଚୋରି ହୋଇଥିଲା । ଫ୍ରେବୁଅରୀ ୮ ତାରିଖ ଦିନ ଫୁଲବାଣୀ ଜଗନ୍ନାଥ ମନ୍ଦିର ରୁ ହୁଣ୍ଡି ତାଡି ନେବା ସହ, ଶ୍ରୀ ଜୀଉଙ୍କ ମଥାରୁ ଚିତା, ଚୋରି ହୋଇଥିବା ନେଇ ମନ୍ଦିର ବିଭାଗ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ହୁଣ୍ଡି ରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଏହି ଚୋରି ଘଟଣା ରେ ସୁଶାନ୍ତ କର୍ମୀ ମଧ୍ୟ ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଏସପି

ଅଭିଯୁକ୍ତ ସୁଶାନ୍ତ କର୍ମୀଙ୍କୁ ଚୋରି କରିବାରେ ଲକ୍ଷ୍ମୀନାରାୟଣ ନାୟକ, ସାହିଲ ପତ୍ର, ଜିଲ୍ଲା ସୁବର୍ଣ୍ଣପୁର, ଓ ଗୌରହରି ମହାନ୍ତି ନୟାଗଡ଼ ଜିଲ୍ଲା, ଏହି ଚାରି ଜଣ ମୁଖ୍ୟତଃ ମିଶି ଚୋରି କରୁଥିଲେ । ଟାର୍ଗେଟ ରେ ବିଭିନ୍ନ ମଠ ମନ୍ଦିର ଥିବା ବେଳେ, ଏହାପରେ ରଣପୁର ଜଗନ୍ନାଥ ମନ୍ଦିର ରୁ ଚୋରୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା, ପୋଲିସ ସୂତ୍ରରୁ ଖବର ମିଳିଛି । ଫୁଲବାଣୀ ଟାଉନ ପୋଲିସ ରିମାଣ୍ଡ ର ନେଇ କେମିତି ଚୋରି କରିଥିଲା, କ୍ରାଇମ୍ ସିନ ରିକ୍ରେସନ୍ କରିବ ବୋଲି ଜଣାପଡିଛି ।

ଏହି ଚୋର ଗ୍ରୁପ୍ ଠାରୁ ଏକ ବ୍ୟାଗ୍, ଲୁହା ଛଡ଼, ତାଲା ଭାଙ୍ଗିବା ଉପକରଣ ସହ ଆଠ ଗୋଟି ସୁନା ଚିତା ୩୨ ଗ୍ରାମ, ରୂପାର ନାଗ , କିରଟି, ମୁକୁଟ, ଯାହାର ଓଜନ ପ୍ରାୟ ୧୫୦୦ ଗ୍ରାମ, ପିତଳ ଓ କଂସା ବାସନ କୁସଂ ପ୍ରାୟ ୩୨ କେଜି ଓଜନ ସହ ନଗଦ ୪୦ ହଜାର ଟଙ୍କା, ମୋବାଇଲ ଫୋନ ଜବତ ହୋଇଛି ।

