ନୟାଗଡ଼ (ଶ୍ରେୟ ତରଙ୍ଗ): ଜିଲ୍ଲା ଆଇନ୍ସେବା ପ୍ରାଧୂକରଣ ସଚିବ ଅଞ୍ଜଳୀ ମାଛ ଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣି ବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳ ପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ବୁଦ୍ଧିଜୀବୀ ମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ଵାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି। ଏସବୁ ଏସବୁକୁ ଦୃଷ୍ଟିରେ ରଖ୍ ଜିଲ୍ଲା ଆଇନସେବା ପ୍ରାଧୂକରଣ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ସ ସଚେତନତା କର୍ମୀ କର୍ମୀ ପ୍ରଫୁଲ୍ଲ କୁମାର କୁମାଗ ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି, ସନ୍ଧ୍ୟାରାଣୀ ବେହେରା, ବେବି ବେହେରା, ପ୍ରକାଶ ଦଳେଇ, ଉମାକାନ୍ତ ବାଇ, ମୋନାଲିସା ପରିଡ଼ା, କୀର୍ତି ଓ ରୀନାବାଳା ପ୍ରଧାନ, ମାମାଲି ଜୟନ୍ତୀ ପ୍ରମୁଖଙ୍କ ସହିତ ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଏବଂ ଅନ୍ୟାନ୍ୟ କର୍ମୀମାନେ ସାମିଲ ଥିଲେ

