ନୟାଗଡ଼, (ଶ୍ରେୟ ତରଙ୍ଗ): ଭୁବନେଶ୍ୱର ଜୟଦେବ ଭବନ ରେ ଶିକ୍ଷକ ପ୍ରତାପ ପରିଡ଼ା ଙ୍କ କବିତା ସଙ୍କଳନ ପୁସ୍ତକ ଅଲଭ୍ୟ ଉନ୍ମୋଚନ ହୋଇଯାଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ ।

ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ -2025 ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ,ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର ପ୍ରଥମ କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏଥିସହ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ 2025 ରେ ସମ୍ମାନିତ କରାଯାଇଛି । ଗଣିଆ ବ୍ଲକ୍ ରାସଙ୍ଗ ପଞ୍ଚାୟତ ମାଳତିପୁଟ ରେ ଜନ୍ମ ଲାଭ କରିଥିବା ପ୍ରତାପ, ବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ ସମୟରୁ କବିତା ଲେଖିବା ପ୍ରତି ଦୁର୍ବଳତା ଥିଲା । ପରବର୍ତ୍ତୀ ସମୟରେ କଲେଜରେ ପଢିବା ସମୟରୁ ଆରମ୍ଭ କରି ଶିକ୍ଷକ ବୃତ୍ତି ଓ ପରେ ବିବାହ ବନ୍ଧନ ରେ ଆବଦ୍ଧ ହେବା ପରେ, ଜୀବନର ଅନୁଭୂତି କୁ ନେଇ ବିଭିନ୍ନ ସମୟରେ କବିତା ମାଧ୍ୟମରେ ମନର ଭାଷା କୁ ଶବ୍ଦ ମାଧ୍ୟମରେ ସ୍ଵ ରଚିତ କବିତା ଲେଖିବା ସହ ବିଭିନ୍ନ ମଞ୍ଚରେ ତାକୁ ପ୍ରକାଶ କରି ଚର୍ଚ୍ଚାରେ ରହି ଆସିଛନ୍ତି ଯୁବ ଆଦର୍ଶ ଶିକ୍ଷକ ପ୍ରତାପ ।

ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ଲକ୍ଷ୍ମୀଧର ବେହେରା ,କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ବାଇଁ ଓ ଅନ୍ୟାନ୍ୟ ଅତିଥି ମଞ୍ଚ ଉପରେ ଉପସ୍ଥିତ ଥିଲେ । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ସମ୍ପାଦକ ଜ୍ଞାନଚାନ୍ଦ ଶତପଥୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।।

