ନୟାଗଡ଼ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ତଳସହି ରେ ଅବସ୍ଥିତ ଗ୍ରାମଦେବୀ ମାଆ ପିତାବଳୀଙ୍କ ପୀଠରେ ଦୁଇ ଦିନ ଧରି ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମାଆଙ୍କ ଯଥାବିଧି ପୂଜାର୍ଚ୍ଚନା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅଧିବାସ ଓ ବୁଧବାର ପ୍ରଭାତରେ ଅଙ୍କୁରାରୋପଣ,ଭୂମିପୂଜା,ସୂର୍ଯ୍ୟପୂଜା, ଘୃତ ଯଜ୍ଞ, ଅନ୍ନଯଜ୍ଞ ,ନାମ ଯଜ୍ଞ,ନାମ ସଙ୍କୀର୍ତ୍ତନ ଓ ବିଶ୍ଵଶାନ୍ତି ମହାଯଜ୍ଞ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଆସି ମାଆଙ୍କ ପୀଠରେ ଯୋଗ ଦେଇଥିଲେ । ମହିଳା ମାତୃ ମଣ୍ଡଳୀ ର ମା ମାନେ ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ଯଜ୍ଞ ପୂର୍ଣ୍ଣାହୁତି ପ୍ରଦାନ କରିବା ସହିତ ସନ୍ଧ୍ୟା ସମୟରେ ଗ୍ରାମର ମହିଳାମାନେ ମିଶି ବିଶ୍ଵ ଶାନ୍ତି ନିମନ୍ତେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପାଇକ ଢୋଲମରା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ସାହାଯ୍ୟ ସହଯୋଗ କରିଥିଲେ। ବିଶେଷ କରି ମା ପିତାବଳୀ ନାଟ୍ୟ ସଂସଦ ର ସମସ୍ତ କଳାକାର ମାନେ ଯାତ୍ରା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଦୁଇ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଆସନ୍ତା ପଣା ସଂକ୍ରାନ୍ତି ରେ ନାଟ୍ୟ ସାଂସଦ ତରଫରୁ ଅନୁଷ୍ଠିତ ହେବାକୁ ଯାଉଥିବା ସାମାଜିକ ନାଟକ “ସିନ୍ଦୂର କହିବ ସ୍ବାମୀ କାହାର” ବହି ପୂଜା ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଗୁରୁ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାନ୍ତି ନିର୍ଦ୍ଦେଶନା ଦେଉଥିବା ବେଳେ, ନାଟ୍ୟ ସଂସଦର ସମସ୍ତ କଳାକାର ମାନେ ଏଥିରେ ଅଭିନୟ କରୁଛନ୍ତି । ବିଶେଷକରି ପାଇକ ଢୋଲମରା ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଆଯକୁ ୩୦ ବର୍ଷ ହେବ ଅନୁଷ୍ଠାନ ତରଫରୁ ପ୍ରତେକ ବର୍ଷ ପଣା ସଂକ୍ରାନ୍ତି ରେ ସାମାଜିକ ନାଟକ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଆସୁଅଛି ।

