ଶ୍ରେୟ ତରଙ୍ଗ ( ବିୟୁରୋ ) ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ। ଟିମ ଇଣ୍ଡିଆ କୁ ଏବେ ସବୁଆଡୁ ପ୍ରସଂଶା ର ସୁଅ ଛୁଟୁଛି। ଇଡେନ ଗାର୍ଡେନ୍ସ କୋଲକାତା ରେ ଆୟୋଜିତ ଆଜିର ଫାଇନାଲ ମ୍ୟାଚରେ, ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭର ରେ 298 ରନ କରିଥିବା ବେଳେ, ଦକ୍ଷିଣ ଆଫ୍ରିକା 45 ଓଭର ଚାଲିଥିବା ବେଳେ, 246 ରନ କରି ସମସ୍ତ ଉଇକେଟ ହରେଇଥିଲା।52 ରନ ବ୍ୟବଧାନ ରେ ଟିମ ଇଣ୍ଡିଆ ବିଜୟୀ ସହ, ପ୍ରଥମ ଥର ପାଇଁ ବିଶ୍ୱକପ ହାତେଇଛି.

୨୦୨୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତ ଟ୍ରଫି ଜିତିବା ସହ ଅଧିନାୟକ ହରମନପ୍ରୀତ କୌର ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଦୁଇ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ଟ୍ରଫି ଜିତିଥିଲା । ଆଉ ଏବେ ହରମନପ୍ରୀତ ଭାରତୀୟ ମହିଳା ଦଳକୁ ବିଶ୍ୱ ଚାମ୍ପିଅନ କରାଇଛନ୍ତି ।


