ଦଶପଲ୍ଲା : ( ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ଦୁର୍ଗମ ଅଂଚଳରେ ଜନହିତକର କାର୍ଯ୍ୟକରି ପ୍ରଶଂସା ସାଉଁଟିଚାଲିଛି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ। ଦଶପଲ୍ଲା ଅଂଚଳର ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇ ସୁଖ ଦୁଃଖରେ ସାମିଲ ହେଉଥିବା ବେଳେ, ନଅ ଜଣ ସାଙ୍ଗ ପ୍ରିୟବ୍ରତଙ୍କ ସହ ସାମିଲ ହୋଇ ଲୋକଙ୍କ ସେବା କରୁଛନ୍ତି । ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ନାମରେ ଏକ ସ୍ବେଛାସେବୀ ଅନୁଷ୍ଠାନ କରିଛନ୍ତି ।

ସର୍ବପ୍ରଥମେ ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା ଠାରେ ୨୫-୦୬-୨୦୨୫ ରିଖ ଦିନ “ସେବାଉତ୍ସବ – ୨୦୨୫” ନାମରେ ଏକ କାର୍ଯ୍ୟକ୍ରମ କରି ପ୍ରଥମେ ମଶାଲ ଶୋଭାଯାତ୍ରା ଓ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ଅଞ୍ଚଳ ର ଶତାଧିକ ଅସହାୟ, ଭିନ୍ନକ୍ଷମ ଲୋକଙ୍କୁ ଉକ୍ତ କାର୍ଯ୍ୟକ୍ରମ କୁ ଡକାଇ ତାଙ୍କୁ ରନ୍ଧାଖାଦ୍ୟ,ଶୁଖିଲା ଖାଦ୍ୟ, ଲୁଗା, କମ୍ବଳ, ଛତା, ଚପଲ ଭଳି ଅନେକ ଜିନିଷ ଟ୍ରଷ୍ଟ ପ୍ରଦାନ କରିଥିବାବେଳେ ସ୍ଥାନୀୟ କଳାକାରଙ୍କୁ ନେଇ ଓଡ଼ିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତର ଆୟୋଜନ କରିବା ସହିତ ସ୍ଥାନୀୟ କଳାକାର ଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ପରେ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହିତ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଯେଉଁଥିରେ ସର୍ବମୋଟ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅନ୍ୟପକ୍ଷେ ଅସହାୟ ଲୋକଙ୍କ ଘରକୁ ଯାଇ ନିଜର ସକ୍ଷମ ଅନୁଯାୟୀ ଟ୍ରଷ୍ଟ ତରଫରୁ ସହଯୋଗ ଯୋଗାଇଦେବା ସହିତ ଅଧାରୁ ପାଠପଢା ଛାଡ଼ିଥିବା ଝିଅକୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସହଯୋଗ ପ୍ରଦାନ କରି ଲୋକଙ୍କ ନଜର କୁ ଆସିଥିଲା ଏହି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ।ତା ସହିତ ଦଶପଲ୍ଲା ଅଂଚଳରେ ଏଭଳି କାର୍ଯ୍ୟକ୍ରମ କରି ଆଜି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଲୋକପ୍ରିୟତା ହାସଲ କରିବା ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କହିଛନ୍ତି ଜନସାଧାରଣ।

ସଭ୍ୟମାନଙ୍କ ମଧ୍ୟରେ ନିହାର ରଞ୍ଜନ ମହାନ୍ତି (ସମ୍ପାଦକ), ମାନସ କୁମାର ପରିଡ଼ା(କୋସାଧ୍ୟକ୍ଷ), ସନ୍ତୋଷ କୁମାର ସାହୁ, ସମ୍ବିତ ଭଟ, ମନ୍ମଥ କୁମାର ସାହୁ, ଚନ୍ଦନେଶ୍ୱର ଦାସ, ରବି ନାରାୟଣ ସାହୁ, ଚନ୍ଦ୍ରଶେଖର ନାଏକ, ସତ୍ୟବ୍ରତ ଆଚାର୍ଯ୍ୟ, ସନ୍ତୋଷ ମୁଦୁଲି, ବିଦ୍ୟାଧର ମୁଦୁଲି, ଛବିରାଜ ସାହୁ, ଚିତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ନଳିନ କୁମାର ନାୟକ,ଧର୍ମେନ୍ଦ୍ର କୁମାର ସାହୁ, ନାରାୟଣ ସାହୁ,ବିଭୁ ରଞ୍ଜନ ମିଶ୍ର, ରାଜ କିଶୋର ବେହେରା, ପଙ୍କଜ ନାଏକ, ସନ୍ତୋଷ ସାହୁ, ସୁବାଷ ଚନ୍ଦ୍ର ବାରିକ ପ୍ରମୁଖ ସଭ୍ୟ ଭାବେ ଯୋଗ ଦେଇଥିବାବେଳେ ଅନୁଷ୍ଠାନ ତରଫରୁ ଶିକ୍ଷାବିତ ପ୍ରମୋଦ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ରତ୍ନାକର ହୋତାଙ୍କୁ ପରାମର୍ଶଦାତା ଭାବରେ ଚୟନ କରାଯାଇଛି। ସଭ୍ୟ ସନ୍ତୋଷ କୁମାର ସାହୁ କହିଛନ୍ତି ଟ୍ରଷ୍ଟର ଆଭିମୁଖ୍ୟ ଅସହାୟ ଲୋକଙ୍କୁ ସହଯୋଗ ଯୋଗାଇଦେବା ସହିତ ରକ୍ତଦାନ ଶିବିର, ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟସେବା ଶିବିର ଭଳି କାର୍ଯ୍ୟକ୍ରମ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସସ୍କୃତି ର ପ୍ରଚାର ପ୍ରସାର ଦିଗରେ ଆମ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ କାର୍ଯ୍ୟକରିବ।ଟ୍ରଷ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ କହିଛନ୍ତି ଆଜି ଯାଏଁ ଯାହାବି କାର୍ଯ୍ୟକ୍ରମ ହୋଇଛି ତାହା କିଛି ନୁହେଁ। ଆଗକୁ ଏମିତି କାର୍ଯ୍ୟକ୍ରମ ଜାରିରହିବ।ଆଜି ଯାଏଁ ଯାହାବି ହୋଇଛି ତାହା କେବଳ ଟ୍ରଷ୍ଟର ସଭ୍ୟମାନଙ୍କ ପରିଶ୍ରମ ଯୋଗୁଁ ।ତେବେ ଆଗାମୀ ଦିନରେ ଆଉ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ଖୁବଶୀଘ୍ର ଦଶପଲ୍ଲା ପଶ୍ଚିମାଞ୍ଚଳର ଆଭ୍ୟାନ୍ତରୀଣ ଗ୍ରାମରେ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯିବାକୁ ଥିବା କହିଛନ୍ତି ଟ୍ରଷ୍ଟର ସଭ୍ୟ ନାରାୟଣ ସାହୁ ଓ ମନ୍ମଥ କୁମାର ସାହୁ । ଦଶପଲ୍ଲା ର ଲୋକ ପ୍ରିୟ ବିଧାୟକ ମୁଖ୍ୟ ଅତିଥିରୁପେ ଯୋଗଦେଇ, ଉଚ୍ଚ ପ୍ରଶଂସା କରିଥିଲେ । ଗାଳ୍ପିକ ହାଡିବନ୍ଧୁ ମହାଖୁଡ , ବ୍ୟଙ୍ଗ ସାହିତ୍ୟ ଜଗତର ଆଗ ଧାଡ଼ିର ଜଣାଶୁଣା ବ୍ୟଙ୍ଗକବି ଶ୍ରୀଯୁକ୍ତ ଆର୍ତ୍ତତ୍ର।ଣ ମିଶ୍ର ଓରଫ (ରସିକ ଶେଖର), ପ୍ରମୁଖ ଉପସ୍ଥିତ ରହି ଉତ୍ସର୍ଗ ଟ୍ରଷ୍ଟ ର ଭବିଷ୍ୟତ ସୁନ୍ଦର ହେଉ କାମନା କରିଥିଲେ ।

