ଦଶପଲ୍ଲା, (ଶ୍ରେୟ ତରଙ୍ଗ) ସୀତାରାମ ୟୁଥ୍ କ୍ଳବ୍ ଦ୍ଵାରା ଆୟୋଜିତ ଯୁବ ମହୋତ୍ସବ ‘ମହକ’ ଶନିବାରଠାରୁ ତ୍ରିନାଥ ବଜାର ମହକ ମଇଦାନରେ ଆରମ୍ଭ ହୋଇଯାଇଛି। ଜାତୀୟ ଯୁବ ଦିବସ ତଥା ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମ ଜୟନ୍ତୀରେ ଦେଶ ପ୍ରେମ , ମାତୃକାର ବନ୍ଦନା କରିବାକୁ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲାର ଆରାଧ୍ୟ ଶ୍ରୀ ମହାବୀରଙ୍କ ମନ୍ଦିର ଠାରୁ ୩୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଶୋଭା ଯାତ୍ରାରେ ଆରକ୍ଷୀ, ଏନସିସି, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ଜନସାଧାରଣ, ତ୍ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ସାମିଲ ହୋଇଥିଲେ ।

ଏହି ଅବସରରେ ଚିତ୍ରକଳା, ସୁନ୍ଦର ହସ୍ତାକ୍ଷର ସହିତ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ସନ୍ଧ୍ୟାରେ ଲେଖକ ହାଡିବନ୍ଧୁ ମହାଖୁଡ଼ ମଞ୍ଚ ସଂଯୋଜନା କରିଥିବା ବେଳେ, ମୁଖ୍ୟଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଯୁବ ଉତ୍ସବର ପ୍ରାସଙ୍ଗିକତାକୁ ବ୍ୟାଖ୍ୟା କରିବା ସହିତ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ। ଆଜିର ଯୁବକ, ଆସନ୍ତା କାଲିର ଭବିଷ୍ୟତ । ସେହିଭଳି, ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଉଦ୍ୟୋଗପତି, କଳାକାର। ତଥା ଲେଖକ ଅଜୟ କୁମାର ମାହାନ୍ତି, ଦଶପଲ୍ଲା ବ୍ଲକ୍ ଅଧ୍ଯକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ଯକ୍ଷା ପୁନମ ପ୍ରିୟଦର୍ଶିନୀ, ଉଦ୍ୟୋଗୀ ସୂର୍ଯ୍ୟ ନାରାୟଣ ସାହୁ, ସମାଜସେବୀ ଶୁଭ ନାରାୟଣ ସାହୁ, କ୍ଲବ୍ ସଭାପତି ଶ୍ରୀକାନ୍ତ ସାହୁ ଓ ସମ୍ପାଦକ ଚନ୍ଦନ ସାହୁ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ଥିଲେ ।

ସନ୍ଧ୍ୟା ରେ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ଗଡ଼ ମେକର, ନୃତ୍ୟ ସମର୍ପିତା ଭୁବନେଶ୍ୱର, ଓ ପମିନ ଡାନ୍ସ ଏକାଡେମୀ ଦଶପଲ୍ଲା ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ ମଞ୍ଚ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ଓ ଇଶାନା ପରିଚାଳନା କରିଥିଲେ ।

