ଶ୍ରେୟ ତରଙ୍ଗ, ଦଶପଲ୍ଲା ରେ ବିଦୂତୁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାମାନ୍ୟ ଝଡ ତୋଫାନ ରେ ବିଦୁତୁ ସଙ୍ଗେ ସଙ୍ଗେ କଟୁଥିବା ବେଳେ, ଘଣ୍ଟା ଘଣ୍ଟା ସମୟ ଲାଗିଥାଏ ଆସିବା ପାଇଁ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଜୁଳି ସମସ୍ୟା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦଶପଲ୍ଲା ଅଞ୍ଚଳ ବାସି । ନୟାଗଡ଼ ଜିଲ୍ଲାର ବାଣିଜ୍ୟ ପେଣ୍ଠ ସ୍ଥଳୀ କୁହାଯାଉଥିବା ଦଶପଲ୍ଲା ଜାତୀୟ ରାଜପଥ ୫୭ ଉପରେ ଅବସ୍ଥିତ ହୋଇଥିବାରୁ, ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ଯୋଗାଯୋଗ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି । ଏଥିସହ, ପଡୋଶୀ ଜିଲ୍ଲା ର ସୀମାନ୍ତ ଅଞ୍ଚଳ ସହ ଦଶପଲ୍ଲା କୁ ସିଧାସଳଖ ଯୋଗାଯୋଗ ହୋଇଥାଏ । ଏପରି ସ୍ଥଳେ, ବିଦୂତ୍ ସମସ୍ୟା ହେତୁ ଜରୁରୀ କାଳୀନ ସେବା ବାଧା ପ୍ରାପ୍ତ ହୋଇଥାଏ । ଜେରକ୍ସ, ପ୍ରିଣ୍ଟ ପ୍ରେସ, ଫଟୋ ଲାବ ଠାରୁ ଆରମ୍ଭ କରି ବ୍ୟାଙ୍କ୍, ସେବା , ଜରୁରୀ ଅଫିସ କାମ ରେ ଆସୁଥିବା ଦୂର ଦୁରନ୍ତ ତଥା ଗ୍ରାମାଞ୍ଚଳ ର ଲୋକମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ସବ ଡିଭିଜନ ମାନ୍ୟତା ଦାବି ରଖୁଥିବା ଦଶପଲ୍ଲା ରେ ଏଭଳି କରେଣ୍ଟ ସମସ୍ୟା ଲାଗି ରହିଥିବା ବେଳେ, ବିଶେଷକରି ଦଶପଲ୍ଲା ର ବୁଦ୍ଧିଜୀବୀ, ବଣିକ ସଂଘ, ବିଭିନ୍ନ ଯୁବକ ସଂଘ ଏକାଠି ଏହାର ଦୃଢ଼ ପ୍ରତିବାଦ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି ।

