ଦାସପାଲା, ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାମାଜିକ ସମରସତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଭଗବାନ ଦେହୁରୀ ବୈଠକ ର ତାତ୍ପର୍ଯ୍ୟ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।

ସମସ୍ତ ଭାରତୀୟ ସଂଗଠିତ ହୋଇ ରହିବା ଦରକାର । ବିଶ୍ଵରେ ଯୁଦ୍ଧ ଲାଗି ରହିଥିବା ବେଳେ, ଭାରତ ଶାନ୍ତି ବଜାୟ ରଖି ଆସିଛି । ଭାରତର ସଂସ୍କୃତି, ଏକତା କୁ ସବୁବେଳେ ବାହ୍ୟ ବିଦେଶୀ ଆକ୍ରମଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଭାରତୀୟ ମାନେ ଏକାଠି ହୋଇ ଅଖଣ୍ଡ ବଜାୟ ରଖିବା ହେଉଛି ପ୍ରଥମ କର୍ତ୍ତବ୍ୟ । ବିଦେଶୀ ମୋଗଲ, ଇଂରେଜ ମାନେ ଭାରତ କୁ ଲୁଣ୍ଠନ କରିଛନ୍ତି । ଜାତି ପ୍ରଥା ସୃଷ୍ଟି କରିଛନ୍ତି ।

ସଂଘ ଶତବାର୍ଷିକ ଉତ୍ସବ ସମଗ୍ର ବିଶ୍ଵ ରେ ପାଳନ କରୁଛି ବୋଲି କହିଥିଲେ । ସଂଘ ପରିଚାଳକ ଯୁଗୋଳ କିଶୋର ପ୍ରଧାନ , ସମରସତ୍ତା ବିଷୟ ରେ ଆଲୋଚନା କରିଥିଲେ । ନୟାଗଡ଼ ଜିଲ୍ଲା ସମରସତ୍ତା ସଂଯୋଜଗ ହୃଷୀକେଶ ପ୍ରଧାନ ସଭାକୁ ପରିଚାଳନା କରିଥିଲେ। ପରିଶେଷରେ ଅରୁଣ କୁମାର ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

