ଶ୍ରେୟ ତରଙ୍ଗ (ବ୍ୟୁରୋ): ନବରଙ୍ଗପୁର ଅର୍ଗସ ଟିଭି ଜିଲ୍ଲା ସାମ୍ବାଦିକ ସୁମିତ ଘଣ୍ଟ ଙ୍କୁ ନିଶାସକ୍ତ ଯୁବକ ଖଣ୍ଡା ରେ ଆକ୍ରମଣ କରୁଛନ୍ତି। ସାମ୍ବାଦିକ ସୁମିତ ଗୁରୁତର ଆହତ ହୋଇ ବିଶାଖାପାଟଣା ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି । ଅର୍ଗସ ନ୍ୟୁଜର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସୁମିତ ବାଇକ୍ ଯୋଗେ ନବରଙ୍ଗପୁର ରୁ ନିଜ ଘର ପାପଡ଼ାହାଣ୍ଡିକୁ ଫେରୁଥିବା ବେଳେ ‘ଜେନା ଦୋକାନ ଛକ’ରେ ସୁମିତଙ୍କ ଉପରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ହରେକୃଷ୍ଣ ବେହେରା । ସୁମିତଙ୍କ ଛାତି, ପେଟ ଓ ହାତରେ ଆଘାତ ଲାଗିଛି । ଆକ୍ରମଣକାରୀ ଜଣଙ୍କ ଛୁରି ଓ ଖଣ୍ଡା ଧରିଥିଲେ । ସୁମିତ ଆକ୍ରମଣକାରୀ ଧରିଥିବା ଖଣ୍ଡାକୁ ଅଟକାଇବା ବେଳେ ସେ ଛୁରିରେ ଆକ୍ରମଣ କରିଥିଲା । ସୁମିତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି ଆସି ସୁମିତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସୁମିତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରାକୁ ସ୍ଥାନୀୟ ଲୋକେ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଖଣ୍ଡା ଓ ଛୁରି ଦେଖାଇ ଭୟଭୀତ କରିଥିଲା । ଲୋକେ ଆକ୍ରମଣକାରୀକୁ କାବୁ କରିବା ସହ ମାଡ଼ ମଧ୍ୟ ମାରିଛନ୍ତି । ଆହତ ଆକ୍ରମଣକାରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ହାତରେ ଖଣ୍ଡା ଓ ଛୁରି ଧରି ଆକ୍ରମଣକାରୀ ସମସ୍ତଙ୍କୁ ଭୟଭୀତ କରାଇଥିଲା । ସାମ୍ବାଦିକ ସୁମିତ ଘଣ୍ଟ ପାପଡ଼ାହାଣ୍ଡି ପୋଲିସକୁ ଖବର ଦେଇଥିଲେ । ଏହାକୁ ନେଇ ନିଶାସକ୍ତ ଯୁବକ ଜଣଙ୍କ ସୁମିତଙ୍କୁ ଛୁରାମାଡ଼ କରିଥିବା ଜଣାପଡ଼ିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ସାମ୍ବାଦିକ ଅନୁଷ୍ଠାନ ଦାବି କରିଛନ୍ତି ।

ଶ୍ରେୟ ତରଙ୍ଗ ପରିବାର ତରଫରୁ, ସାମ୍ବାଦିକ ସୁମିତ ଙ୍କ ଦୃତ ଆରୋଗ୍ୟ କାମନା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ । ସୁମିତ ଜଣେ ଭଲ କଳାକାର । ଆ ଏକ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ମଞ୍ଚ ରେ ନାଟକ ରେ ଅଭିନୟ କରିବାସହ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ।

