ଶ୍ରେୟ ତରଙ୍ଗ, ( ବ୍ୟୁରୋ ): ନବୀନ ପଟ୍ଟନାୟକ ସୁସ୍ଥ ଅଛନ୍ତି।ନିଜେ ଡାକ୍ତରଙ୍କ ସହ ଆଲୋଚନା କରି କହିଲେ, ଯାହାର ଭିଡିଓ ଏବେ ଭାଇରାଳ୍ ହେଉଛି । ଖୁସିରେ ନବୀନ ପଟ୍ଟନାୟକ ଦୁଇଜଣ ଡାକ୍ତରଙ୍କ ସହ କଥା ହେଉଥିବା ବେଳେ, ଭଲ ଅଛନ୍ତି ବୋଲି କହିଛନ୍ତି ।

ସୂଚନା ଅନୁସାରେ, କିଛି ଦିନ ତଳେ, ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଥିଲା। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

