କଣ୍ଟିଲୋ ( ଶ୍ରେୟ ତରଙ୍ଗ): ଓଡ଼ିଆ ଙ୍କ ପ୍ରିୟ ପର୍ବ ରଜ ଉତ୍ସବ ରେ କଣ୍ଟିଲୋ ନୀଳ ମାଧବ ଙ୍କ ପୀଠରେ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଜଣେ ବଙ୍ଗୀୟ ପର୍ଯ୍ୟଟକ ଆମ୍ବ କେଜି ୧୮ ହଜାର ଟଙ୍କା, ର ଆଣି ନୀଳ ମାଧବ ଙ୍କ ପାଖରେ ଭୋଗ କରି ଖୁସି ହୋଇଥିବା ବେଳେ, ପୂଜକ ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଥିଲା ।

ମାଧବ ଗୋସାଇଁଙ୍କ ବରିଷ୍ଟ ସେବାୟତ ମଣ୍ଟୁ ଭାଇନା ଖୁସିରେ ଭୋଗ ଲଗାଇଥିଲେ । ରଜ ଉତ୍ସବ ପାଳନ ପ୍ରତି ଓଡ଼ିଆ ଘରେ ହେଉଥିବାରୁ, ଭକ୍ତ ମାନେ ନୀଳମାଧବ ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥିଲେ । ଭକ୍ତମାନଙ୍କ ସୁବିଧା ନିମନ୍ତେ ମନ୍ଦିର ସେବାୟତ ମାନଙ୍କ ତରଫରୁ ଦହି ପଣା ର ବନ୍ଦୋବସ୍ତ କରାଯାଇଥିଲା ।

ଖୁସିରେ ଭକ୍ତ ମାନେ ଦହି ପଣା ସେବନ କରିଥିଲେ । ପହିଲି ରାଜା ଓ ରଜ ସଂକ୍ରାନ୍ତି ରେ ଗରମ ସାଙ୍ଗକୁ ଗୁଳୁଗୁଳି ପ୍ରବଳ ହୋଇଥିଲା । ମନ୍ଦିର ପାହାଚ ଚଢିବା ଭକ୍ତ ମାନଙ୍କ ପକ୍ଷେ କଷ୍ଟ କର ହୋଇଥିଲା । ତେବେ ନୀଳମାଧବ ଙ୍କ ମନ୍ଦିର ପ୍ରତି ଖଣ୍ଡପଡ଼ା ପ୍ରଶାସନ ନୀରବ ଦ୍ରଷ୍ଟା ସଜିବା ସେବାୟତ ଓ ଭକ୍ତଙ୍କ ମନରେ ଦୁଃଖ ପ୍ରକାଶ ହୋଇଥିଲା ।

ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବା ବୁଦ୍ଧିଜୀବୀ ମହଲ ରେ ଚର୍ଚା ର ବିଷୟ । ଅନ୍ୟପଟେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେବୋତ୍ତର ବିଭାଗ ଖର୍ଚ୍ଚ କରୁଥିବା ତଥ୍ୟ ଆସୁଥିବା ବେଳେ, କାହା ସ୍ବାର୍ଥ ରେ ଦେବୋତ୍ତର ବିଭାଗ ପ୍ରଶ୍ନ ଉଠିଛି ।

