ତୁମୁଡିବନ୍ଧ,(ଶ୍ରେୟ ତରଙ୍ଗ): ମହାସମାରୋହରେ ପାଳନ ହୋଇଛି ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ୱାରା କୁଟିଆ କନ୍ଧ ସଂଗ୍ରହାଲୟର ଶୁଭ ଉଦଘାଟନ ହୋଇଛି. ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ. କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜଣେ ଜଣେ ଦେଶର ନେତାଜୀଙ୍କ ଭଳି ଟାଣୁଆ ନେତା ହୋଇ ଦେଶର ନାମ ରଖିବେ ସେ ନେଇ ଉପଦେଶ ଦେଇଥିଲେ ।

ଆଦିବାସୀଙ୍କ ପରମ୍ପରା , କଳା, ନୃତ୍ୟ, ସଂସ୍କୃତି ତଥା ଏତିହ୍ୟ କୁ ମନେ ପକାଇବା ପାଇଁ ନେତାଜୀ ସୁବାଷ ବୋଷ ବିଦ୍ୟାଳୟ ର ଏଭଳି ଏକ ପ୍ରୟାସ ଯଥା କୁଟିଆ ସଂଗ୍ରହାଲୟକୁ ସବୁ ମହଲରୁ ଶୁଭେଚ୍ଛା ର ବାର୍ତା ମିଳିଛି. ସଂଗ୍ରହାଳୟରେ ଆଦିବାସୀ ମାନଙ୍କ ବିଭିନ୍ନ ବ୍ୟବହୃତ ପୁରୁଣା ସାମଗ୍ରୀ, ପୁରୁଣା ଟଙ୍କା, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି କୁ ସଂଗ୍ରହ କରାଯାଇଛି. କନ୍ଧମାଳ ଜିଲ୍ଲାରେ ସୁଦୂର ଗୁଣୁପୁର ରୁ ଆସି ରୁମକୁ ଝୁମୁଁନା ସମ୍ବଲପୁରୀ ମେଲୋଡି ନୃତ୍ୟ ରେ ଝୁମି ଉଠିଥିଲେ ଉପସ୍ଥିତ ଛାତ୍ର ଛାତ୍ରୀ ଅତିଥି ବୃନ୍ଦ. ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦେଶକ ଗଦାଧର ପାତ୍ର, ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତି ମାଝୀ, ଗୋଷ୍ଠୀ ଉନୟନ ଅଧିକାରୀ ବନବିହାରୀ ହରପାଲ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ସମିତି ସଭ୍ୟ ସୁଭଦ୍ରା ବେହରଦଳାଇ , ସମ୍ପାଦକ ଲଷ୍ମୀଧର ସାହୁ,ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ନେତ୍ର ମାନସେଥ, ରବିନ୍ଦ୍ର ପାତ୍ର, ପରମା ବେହେରଦଳାଇ, ପ୍ରମୁଖ ଉପସ୍ଥିତ ଥିଲେ.

