ନୟାଗଡ଼, (ଶ୍ରେୟ ତରଙ୍ଗ): ରୋଗୀ ମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନୟାଗଡ଼ରେ ଖୋଲିଲା ଷଡ଼ଙ୍ଗୀ ହସ୍ପିଟାଲ l ମଙ୍ଗଳବାର ଦିନ ଭେଷଜ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷଡ଼ଙ୍ଗୀ ହସ୍ପିଟାଲର ଶୁଭ ଉଦଘାଟନ କରିଥିଲେ l ଏହି ହସ୍ପିଟାଲ ଟି ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସାଇଟରେ ଖୋଲାଯାଇଛି l ରୋଗୀମାନଙ୍କୁ କମ ଖର୍ଚ୍ଚରେ ଉତ୍ତମ ପରିବେଶ ସାଙ୍ଗକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ହସ୍ପିଟାଲର ପ୍ରୋପାଇଟର ସନ୍ଧ୍ୟାରାଣୀ ସାହୁ ସଂକଳ୍ପ ବଦ୍ଧ ନେଇଛନ୍ତି l ଷଡ଼ଙ୍ଗୀ ହସ୍ପିଟାଲରେ କମ ଖର୍ଚ୍ଚରେ ବିଭିନ୍ନ ପ୍ରକାର ରୋଗର ଅସ୍ତ୍ରୋପ୍ରଚାର ସହ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ଉପଯୁକ୍ତ ପରାମର୍ଶ ନେଇ ପାରିବେ l କିଛିଦିନ ମଧ୍ୟରେ ରୋଗୀମାନେ ଗୋପବନ୍ଧୁ ଜନ ଆରୋଗ୍ୟ ତଥା (ବିଏସକେୱାଇ)ସ୍ୱାସ୍ଥ୍ୟ ବୀମା କାର୍ଡ଼ ମାଧ୍ୟମରେ ମଧ୍ୟ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ 24×7 ରୋଗୀ ସେବା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସରୋଜ କୁମାର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି l

