( ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲାରେ ସରକାରୀ ଗାଡ଼ି ର ଅପବ୍ୟବହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ବେଳେ, ବିଭିନ୍ନ ମହଲ ରେ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । କିଏ କହୁଛି ସରକାରୀ ମାଲ, ଦରିଆ ମେ ଡାଲ,, ହଁ କୋଉ ବାପା ଘରୁ ଆଣି ତେଲ ପକାଉଛନ୍ତି ଜେ ବାଧୁଛି । ପୁଣି କିଏ କିଏ କହିଲେଣି, ଏବେ ସରକାର ଆହୁରି ଅଧିକ ଟଙ୍କା ଦେଉଛନ୍ତି ଅଫିସର ଙ୍କ ଗସ୍ତ ପାଇଁ । କିଏ କହୁଛି fir ଦେଲେ ଡିଜେଲ ଖର୍ଚ୍ଚ ମଧ୍ୟ ମାଗୁଛନ୍ତି ଅଧିକାରୀ । ଭିନ୍ନ ଭିନ୍ନ ମତ ସୋସିଆଲ ମିଡ଼ିଆ ରେ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ରାଜନେତା ଶାନ୍ତନୁ ବିଶୋଇ ନିଜର ସୋସିଆଲ ମୋଲୋଡ଼ିଆ ରେ ଏକ vdo ପୋଷ୍ଟ କରି ଲେଖିଛନ୍ତି, ପୋଲିସ ବିଭାଗ ର ଆରଆଇ ଙ୍କ ଅଧୀନ ରେ ରହୁଥିବା ଗାଡ଼ି ର ଅପ ବ୍ୟବହାର ହେଉଛି ବୋଲି, ଯାହାକୁ ତିନି ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି ।

ସେହିଭଳି ଜିଲ୍ଲା କଂଗ୍ରେସ ସଭାପତି ତଥା ନୟାଗଡ଼ ବାର ସଭାପତି ରଞ୍ଜିତ ଦାସ ମଧ୍ୟ ନିଜ ଫେସବୁକ୍ ସୋସିଆଲ ମିଡ଼ିଆ ରେ ଜିଲ୍ଲା ମୁଖିଆ ଙ୍କୁ ସିଧା ସଳଖ ପ୍ରଶ୍ନ କରିଛନ୍ତି, ସେ ସବୁ ଜାଣି ଅଜଣା ନାଁ ତାଙ୍କୁ କେହି ଖାତିର କରୁ ନାହାନ୍ତି । ଯଦି ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଭିଯୋଗ ସଠିକ୍, ତେବେ ଜିଲ୍ଲାରେ କେଉଁଭଳି ଶାସନ ଚାଲିଛି ଏଥିରୁ ସ୍ପଷ୍ଟ ଅନୁମେୟ ।

