ଶ୍ରେୟ ତରଙ୍ଗ ( ନୟାଗଡ଼ ): ପୁଣି ଚର୍ଚ୍ଚା ରେ ଭାଇରାଲ ନାରଦ ପପୁ ବିଶ୍ବାଳ । ହେଲେ ଏଥର କୌଣସି ଅଭିନୟ କୁ ନୁହେଁ, ବରଂ ଥାନାର ଦ୍ୱାରସ୍ଥ ହୋଇ ଚର୍ଚା କୁ ଆସିଛନ୍ତି । କୋଭିଡ଼ ସମୟରେ ଝୁଲ୍ ରେ ନିତାଇ ଝୁଲ, ମୋ ଗୌରାଙ୍ଗ ସୁନ୍ଦର୍ ପରି ଝିଲ ଗୀତ ଗାଇବା ସହ ଏହି ଗୀତରେ ନାରଦ ଭୂମିକାରେ ଅଭିନୟ କରି ଚର୍ଚା କୁ ଆସିଥିଲେ ପପୁ ବିଶ୍ବାଳ ଓରଫ ଭାଇରାଲ ନାରଦ ।

ନୟାଗଡ଼ ବ୍ଲକ ଭାଟସାହି ଗ୍ରାମର ପପୁ ବିଶ୍ବାଳ, ଆଜି ନୟାଗଡ଼ ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି, ସେ ଦୀର୍ଘ ଦିନଧରି ନୟାଗଡ଼ ଜିଲ୍ଲା ସରଣକୁଳ ଓଁଶ୍ରି ଲଡୁ ବାବା ଯାତ୍ରା ପାର୍ଟିରେ ନାରଦ ଭୂମିକାରେ ଅଭିନୟ କରି ଆସୁଥିଲେ । କିନ୍ତୁ ଚଳିତ ବର୍ଷ, ସେ ସେହି ଯାତ୍ରା ପାର୍ଟି ରେ ଅଭିନୟ କରିବେ ନାହିଁ ବୋଲି ସଫା ସଫା ମନା କରିଦେବାରୁ, ଯାତ୍ରା ପାର୍ଟି ମାଲିକ୍ ଶରତ ସାହୁ ଓରଫ ବାପି ବାବୁ ଓ ଉପେନ୍ଦ୍ର ଚୌଧୁରୀ ଓରଫ କୁନା ବାବୁ ତାଙ୍କୁ ଜୀବନରୁ ମାରି ଦେବାର ଧମକ ଦେବା ସହ, କୌଣସି ଯାତ୍ରା ପାର୍ଟିରେ ଅଭିନୟ କରିବାର ସୁଯୋଗ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି ବୋଲି ପପୁ ବିଶ୍ବାଳ ଆଜି ନୟାଗଡ଼ ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ।

ଗତ ମାସ ୧୦ ତାରିଖ ରେ ନୟାଗଡ଼ କଳାକାର ସଂଘ ତରଫରୁ ଏହି ଘଟଣା ଉପରେ ଆଲୋଚନା ହୋଇଥିଲା । କିଛି କଳାକାର କରିଛନ୍ତି, ନିର୍ଦ୍ଦିଷ୍ଟ ଏକ ଯାତ୍ରାପାର୍ଟି ରୁ ୩୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ ଗତ ବର୍ଷ। ସେ ତାଙ୍କର କଳାକାର ଚୟନ ର ସମ୍ପୂର୍ଣ ପୋଷ୍ଟର ମାରିବା ପରେ ବିବାଦ ଦେଖେଇଥିଲା । ପପୁ ବିଶ୍ବାଳ ଓରଫ ଭାଇରାଲ ନାରଦ ଭୁଲ ମାଗିବା ସହ ଟଙ୍କା ଫେରସ୍ତ କରିଥିଲେ । ଚଳିତ ଯାତ୍ରା ସିଜିନି ଆରମ୍ଭ ରୁ ପୁଣି ପପୁ ବିଶ୍ବାଳ ଓ ଯାତ୍ରା ମାଲିକ୍ ମଧ୍ୟରେ ବିବାଦ ଦେଖା ଦେଇଛି । ଏପଟେ କୌଣସି ଯାତ୍ରା ଦଳରେ ବର୍ତ୍ତମାନ ସୁଦ୍ଧା ପପୁ ଯୋଗ ଦେଇ ନାହାନ୍ତି । ନିଜକୁ ଛୋଟ କଳାକାର କହୁଥିବା ଭାଇରାଲ ନାରଦ ଚର୍ଚା ରେ ରହିବା ପାଇଁ କିମ୍ବା ନିଜର ପାରିଶ୍ରମିକ ବୃଦ୍ଧି ପାଇଁ ଏଭଳି କରିଥାଇ ପାରନ୍ତି କିମ୍ବା, ଏହି ଘଟଣାରେ ସତ୍ୟତା କଣ ରହିଛି, ଏହାର ସଠିକ୍ ତଦନ୍ତ କରି ନୟାଗଡ଼ ପୋଲିସ ପାପୁଙ୍କୁ କି ନ୍ୟାୟ ପ୍ରଦାନ କରୁଛନ୍ତି, ତାରି ଉପରେ ସମସ୍ତଙ୍କ ନଜର । ତେବେ ବଡ଼ ଯାତ୍ରା ପାର୍ଟି ର ବିବାଦୀୟ କଳାକାର ପିଉସ୍ ତ୍ରିପାଠୀ ଯେଉଁଭଳି ସବୁବେଳେ ଯାତ୍ରା ପାର୍ଟି ଓ ମାଲିକ୍ ବିବାଦ ର ମୂଳ କାରଣ ହେଉଛନ୍ତି, ତାରି ପ୍ରଭାବ ଏବେ ପୌରାଣିକ ଯାତ୍ରା ଅନୁଷ୍ଠାନ ଗୁଡ଼ିକ ଉପରେ ପଡୁଛି । କିଛି କଳାକାର ଏହାର ସୁଯୋଗ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏହି ଯାତ୍ରା କଳି ବିବାଦ ର ସମାଧାନ ହେଲେ, ମାଲିକ୍, ଅନୁଷ୍ଠାନ, କଳାକାର ଙ୍କ ଠାରୁ ଏହାର ଉପରେ ନିର୍ଭର କରି ଚଲୁଥିବା ସମସ୍ତଙ୍କ ପାଇଁ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।

