ନୟାଗଡ଼ ( ଶ୍ରେୟ ତରଙ୍ଗ ): ବଦଳୁଛି ନୟାଗଡ଼ ରିଜର୍ଭ ପଡିଆର ରୂପରେଖ । ଖାଲି ପୋଲିସ ଟ୍ରେନିଂ ନୁହେଁ, ତା ସହିତ ମନୋରଞ୍ଜନ ର ମାଧ୍ୟମ ପଲଟିବ ନୟାଗଡ଼ ପୋଲିସ ଟ୍ରେନିଂ ପଡ଼ିଆ । ନୟାଗଡ ଜିଲ୍ଲା ସଦର ମହକୁମାରେ ଥିବା ପୋଲିସ ରିଜର୍ଭ ପଡିଆର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ। ନେଇଛନ୍ତି ନୂତନ ପଦକ୍ଷେପ । ନୟାଗଡ଼ ଏସପି ଏସ ସୁଶ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ ରିଜର୍ଭ ଆରକ୍ଷୀ ନିରୀକ୍ଷକ ବିଜୟ ମୁଦୁଲି, ଏକ ବର୍ଷ ମଧ୍ୟରେ ପିଟିଏସ- ଡିଆରଡିଏ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ବିଭାଗୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ସୂଦୃଢ଼ୀକରଣ କରିବା ସହ ପୋଲିସ ବିଭାଗୀର ଯାନବାହାନ ସଫା କରିବା ପାଇଁ ଏକ ସର୍ଭିସ୍ ପଏଣ୍ଟ କରିଛନ୍ତି। ଏଥିସହିତ ଜିଲ୍ଲା ପୋଲିସ ବିଶ୍ରାମ ଗୃହକୁ ପକ୍କା ରାସ୍ତା, ପୋଲିସ ଗ୍ରାଉଣ୍ଡ ପରିସରରେ ଫ୍ଲାଗ ପୋଷ୍ଟ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ କରି ବିଭାଗୀୟ କର୍ମଚାରୀଙ୍କ ପ୍ରସଂଶାର ପାତ୍ର ହୋଇଛନ୍ତି । ପୋଲିସ ଗ୍ରାଉଣ୍ଡ ରେ ସହିଦ ମାନଙ୍କ ଉଦ୍ଦେଶ୍ୟରେ ଏକ ସହିଦ୍ ସ୍ତମ୍ବ ନିର୍ମାଣ କରାଯିବା ସହ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ପିଲାମାନଙ୍କ ମନୋରଞ୍ଜନ, ଖେଳ କୁଦ କରିବା ପାଇଁ ଏକ ମିନି ପାର୍କ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛନ୍ତି। ଏକ ବର୍ଷରେ ବିଭାଗୀୟ କାର୍ଯ୍ୟ ତୁଲାଇବା ସହ ଏତେ ଗୁଡ଼ିଏ କାମ କର୍ମଚାରୀ ମାନଙ୍କ ପ୍ରସଂଶା ପାଲଟିଛନ୍ତି ରିଜର୍ଭ ପୋଲିସର ଆରକ୍ଷୀ ନିରୀକ୍ଷକ ବିଜୟ ମୁଦୁଲି।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

