ନୟାଗଡ଼ (ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ପାରାଢିପି ପଞ୍ଚାୟତ ପୋକଶୁଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ( ୫୧) ଗତକାଲି ସନ୍ଧ୍ୟାରେ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବେଳେ, ସୁରୁକାବାଡ଼ି ଗ୍ରାମର ସନ୍ନ୍ୟାସୀ ସାନବଡ଼ ହାତୀ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପୋକଶୃଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ ଚାଷ କାମ ପାଇଁ ସୁଧରେ ଟଙ୍କା ଆଣିବାକୁ ସୁରୁକାବାଡ଼ି ଗ୍ରାମକୁ ଯାଉଥିଲେ। ସନ୍ଧ୍ୟାରେ ପାଲଭା ଜଙ୍ଗଲରେ ଏକ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ । ବ୍ରଜବନ୍ଧୁଙ୍କୁ ଠିକ୍ ରେ ଶୁଣା ଯାଉ ନଥିବାରୁ ହାତୀ ମାନଙ୍କ ଗତିବିଧ ଠଉରାଇ ପାରିନଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନ କର୍ମଚାରୀ ଓଡ଼ଗାଁ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ପୁଲିସ ମିଶି ବ୍ରଜବନ୍ଧୁଙ୍କୁ ଓଡ଼ଗାଁ ମେଡିକାଲ କୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ଗାଁ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଥିବା ବେଳେ, ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ବ୍ରଜ ବନ୍ଧୁଙ୍କ ଶବ ସତ୍କାର କରାଯାଇଥିଲା। ବ୍ରଜବନ୍ଧୁ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ସେହିଭଳି ସିଙ୍ଗାରପଲ୍ଲୀ ଗ୍ରାମର ସନ୍ନ୍ୟାସୀ ସାନବଡ଼ ହାତୀ ଆକ୍ରମଣରେ ଗୁରୁତର ହୋଇ ମହିପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୁଇଟି ଦାନ୍ତ ଭାଙ୍ଗି ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନ ରେ କ୍ଷତ ହୋଇଛି। ଆହତ ସନ୍ନ୍ୟାସୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ଦାବି ହୋଇଛି।

