ନୟାଗଡ଼ ( ଶ୍ରେୟ ତରଙ୍ଗ) ; ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋର ପ୍ରସାଦ ପଂଚାୟତର ପାଣ୍ଡରାସିଂହା ଗ୍ରାମରେ ସାଙ୍ଗକୁ ସାଙ୍ଗ ଛୁରୀ ଭୁଷି ହତ୍ୟା କରିଥିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି ।

ଶନିବାର ଅପରାହ୍ନରେ ଖଲିସରା କ୍ଳବ ମଣ୍ଡପ ଉପରେ ପୁରୁଷୋତମ ପ୍ରଧାନ (୩୭) ବସିଥିବା ବେଳେ ସେହି ଗ୍ରାମର ଗଙ୍ଗାଧର ରାଉତ ଓରଫ ସୁନିଆ ରାଉତ (୪୨) ଅତ୍ୟଧିକ ମଦ୍ୟପାନ କରି କ୍ଳବ ମଣ୍ଡପକୁ ଯାଇଥିଲା । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣ ନେଇ କଥା କଟା କଟି ହୋଇଥିଲା । ଏପରିକି ଉଭୟ ଉଭୟଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ପିଟ ହୋଇଥିଲେ । ଗଙ୍ଗାଧର ରାଉତ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ପୁରୁଷୋତମ ରାଉତକୁ ପଟିଥିଲା । ପୁରୁଷୋତମ ମାଡ଼ଖାଇ ଗ୍ରାମ ମନୋରଂଜନ ପ୍ରଧାନଙ୍କୁ ଧରି ଗ୍ରାମ ଭଦ୍ରଲୋକଙ୍କ ନିକଟକୁ ଯାଇ ଏହାର ସମାଧାନ କରିବାକୁ ଯିବାବେଳେ ଏଥିରେ ବ୍ୟଥିତ ହୋଇ ଗଙ୍ଗାଧର ପ୍ରଧାନ ଭଦ୍ରଲୋକଙ୍କ ପାଖକୁ ଗଲେ ଜୀବନରେ ମାରିଦେବ ବୋଲି କହି ନିଜ ଘରକୁ ଦୌଡ଼ିଯାଇ ଘରୁ ଗୋଟିଏ ଛୁରୀ ଆଣି ପୁରୁଷୋତମ ଛାତିକୁ ଭୁଷି ଦେଇଥିଲା । ଭଦ୍ରଲୋକ ମାନେ ଅଟକାଇଥିଲେ ମଧ୍ୟ ଗଙ୍ଗାଧର କାହାକୁ ଖାତିର ନକରି ଗାଁ ମୁଣ୍ଡଆ ଆଡ଼େ ଦୌଡ଼ି ପଳାଇଥିଲା । ଗ୍ରାମର କିଛି ପିଲା ତାକୁ ଧରିବା ପାଇଁ ତା ପଛରେ ଗୋଡ଼ାଇ ତାକୁ କାବୁ କରିବା ସହିତ ଅଟକ ରଖି ଗଣିଆ ଥାନାକୁ ଖବର ଦେଇଥିଲେ ।

ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ପୁରୁଷୋତମକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ପୁରୁଷୋତମକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଗଣିଆ ଥାନା ଅଧିକାରୀ ଶବକୁ ଜବତ କରିବା ସହିତ ଏକ ୮୧/୨୫ରେ ଏପ ଅପମୃତ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପଂହଚି ଅଭିଯୁକ୍ତକୁ ଆଣି ଗଣିଆ ଥାନାରେ ଅଟକ ରଖିଛନ୍ତି । ତେବେ ଘଟଣାସ୍ଥଳରେ ସାଇଂଟିଫିକ ଟିମ ସହିତ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ ଓ ଥାନା ଅଧିକାରୀ ଳକ୍ଷ୍ମଣ ଦଣ୍ଡସେନା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଏ ଏସଆଇ ମନୋରଂଜନ ପ୍ରଧାନ ପଂହଚି ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଛେଦ ପାଇଁ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

