ଶ୍ରେୟ ତରଙ୍ଗ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ବଡ ଦାଣ୍ଡରେ ଆମିଷ ଓ ମଦ ବିକ୍ରି ଉପରେ ଲାଗିବ କଟକଣା । ଆଜି ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୁଥିରାଜ୍ ହରିଚନ୍ଦନ ଏନେଇ ଘୋଷଣା କରିଛନ୍ତି । ପୁରୀ ବଡ ଦାଣ୍ଡ ଓ ଶ୍ରୀ ମନ୍ଦିର ରେ ପବିତ୍ର ବଜାୟ ରହିବା ସହ ଭକ୍ତିମୟ ପରିବେଶ ଭିତରେ ଶ୍ରଦ୍ଧାଳୁ ମାନେ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବେ ।

ତେଣୁ କୌଣସି ମଦ ବାର ଓ ଆମିଷ ସବୁଦିନ ପାଇଁ ଶ୍ରୀ ମନ୍ଦିର ଠାରୁ ଦୁଇ କିଲୋ ମିଟର ପରିସର ଭିତରେ ବିକ୍ରି କରି ପାରିବେ ନାହିଁ । ଯାହାକୁ ନେଇ ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ପ୍ରେମୀଙ୍କ ମନରେ ଖୁସି ଆଣି ଦେଇଛି । ତେବେ ଏହାକୁ କିଛି ବ୍ୟକ୍ତି ବିରୋଧ କରିଥିଲେ ମଧ୍ୟ , ନୀତି ନିୟମ ରେ କଠୋର ଦୃଢ଼ତା ସହ ଏହାକୁ ପାଳନ କରାଯିବ । ମନ୍ତ୍ରୀଙ୍କ ଏଇ ନିଷ୍ପତି କୁ ସବୁ ମହଲ ରେ ସ୍ବାଗତ କରାଯାଉଥିବା ବେଳେ, କେବେଠାରୁ ଏହା ଲାଗୁ ହେଉଛି, ତାରି ଉପରେ ସମସ୍ତଙ୍କ ନଜର ।

