ନୟାଗଡ଼ ( ଶ୍ରେୟ ତରଙ୍ଗ ) : ବହୁ ଚର୍ଚ୍ଚିତ ଫରେଷ୍ଟର ହତ୍ୟା ଘଟଣା ରେ ଖୁଲାସା କରିଛି ନୟାଗଡ଼ ପୋଲିସ । ନୟାଗଡ଼ ବନଖଣ୍ଡ ପଞ୍ଚିରୀଡା ମାନପୂର୍ ବିଟ୍ ହାଉସ ରେ ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ବାସ ଭବନ ରୁ ମିଳିଥିଲା । ଏଥିରେ ସ୍ତ୍ରୀ ନମିତା ସାହୁ ଆହତ ହୋଇଥିବା ବେଳେ, ପୁଅ ଅଭିଷେକ ସମ୍ପୂର୍ଣ ସୁସ୍ଥ ଥିଲେ । ଏହି ଘଟଣା ପରେ, ସର୍ବସାଧାରଣ ରେ ଚର୍ଚା ହୋଇଥିଲା, କାହିଁକି ଶିଶିର ସାହୁ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା କରିଥିଲେ ? ଏହା ଆତ୍ମ ହତ୍ୟା ନା ହତ୍ୟା । ଏଭଳି ବିଭିନ୍ନ ପ୍ରଶ୍ନ ମନରେ ଆସୁଥିବା ବେଳେ, ଘଟଣା ର ୨୪ ଘଣ୍ଟା ଭିତରେ ନୟାଗଡ଼ ପୋଲିସ ଆସାମୀ ମାନଙ୍କୁ ଧରିବା ସହ ଘଟଣା ସ୍ଥଳ କୁ ନେଇ କ୍ରାଇମ୍ ସିନ ରି କ୍ରିଏସନ୍ କରିଥିଲା । ଫରେଷ୍ଟର ଶିଶିର ସାହୁ ଙ୍କ ହତ୍ୟା ଘଟଣା ର ମୁଖ୍ୟ ଅଭିଯୁକ୍ତ ହେଲେ ତାଙ୍କ ସ୍ତ୍ରୀ ନମିତା ସାହୁ ଓ ପୁଅ ଅଭିଷେକ । ସୂଚନା ଅନୁସାରେ, ପାରିବାରିକ କଳହ ସବୁ ବେଳେ ଲାଗି ରହୁଥିଲା । ପୂର୍ବ ଯୋଜନା ଅନୁସାରେ, ସ୍ତ୍ରୀ ନମିତା ସାହୁ ଓ ପୁଅ ଅଭିଷେକ ଆଗରୁ ଘରେ ପେଟ୍ରୋଲ କିଣି ଏକ ଜାର ରେ ରଖିଥିଲେ । ଶନିବାର ଦିନ ରାତିରେ ମୃତ ଶିଶିର ସାହୁ ଅଫିସ ରୁ ଫେରିଥିଲେ । ହୋଟେଲ ରୁ ପୁଅ ପାଇଁ ଖାଇବା ନେଇ ଯାଇ ଥିଲେ । ମଦ୍ୟପାନ କରିଥିବାରୁ, ଘରେ ପହଞ୍ଚୁ ପହଞ୍ଚୁ ଝଗଡା ଆରମ୍ଭ କରି ଦେଇଥିଲେ ସ୍ତ୍ରୀ । ଏକ ମହିଳା ଙ୍କ ଫଟୋ ଡିଲିଟ କୁ ନେଇ ଝଗଡ଼ା ଆହୁରି ଉଗ୍ର ରୂପ ଧାରଣ କରିଥିଲା । ପରକିଆ ପ୍ରୀତି ସନ୍ଦେହ କରୁଥିବା ସ୍ତ୍ରୀ ଶିଶିର ଙ୍କୁ ମାଡ ମାରିଥିଲେ । ପରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦେଇଥିଲେ । ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଶିଶିର ବାଥରୁମ କବାଟ ଖୋଲି ବାକୁ ଚେଷ୍ଟା କରିଥିଲେ ମଧ୍ୟ ଖୋଲି ପାରି ନଥିଲେ । ନିଆଁ ରେ ତାଙ୍କ ଶରୀର ପୋଡ଼ି ଯିବାରୁ , ଖଟ ଉପରେ ପଡ଼ି ଯାଇଥିଲେ । ଖଟ ରେ ଥିବା ଗଦି ରେ ନିଆଁ ଲାଗି ଘର ଭିତରେ ଥିବା ଅନ୍ୟ ଆସବା ପତ୍ର ପୋଡ଼ି ଯାଇଥିଲା । ଏହି ସମୟରେ ଘର ବାହାର ପଟୁ କବାଟ ଦେଇ ଦେଇ ବାହାରକୁ ସ୍ତ୍ରୀ ଓ ପୁଅ ଆସିଥିଲେ ହେରି । ନିଜକୁ ବଞ୍ଚାଇବାକୁ ଯାଇ ମିଛ ଅଭିନୟ କରିଥିଲେ । ପେଟ୍ରୋଲ ଧାସ ବାଜି ନମିତା ଙ୍କ ପାଦ ପୋଡ଼ିବଜାଇଥିଲା ଓ ଆହତ ହୋଇଥିଲେ । ପୋଲିସ ଆଗରେ ଅଭିଷେକ ସବୁ ସତ ମାନି ନେଇଥିଲେ । ଘଟଣା ସ୍ଥଳକୁ ଉଭୟ ମା ଓ ପୁଅ ଙ୍କୁ ନେଇ ପୋଲିସ କ୍ରାଇମ୍ ସିନ ରିକ୍ରେଶନ କରିଥିଲା । ପରେ ବିଚାର ହାଜତ କୁ ପଠେଇ ଦେଇଥିଲା । ଯୋଜନା ଭାବେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିବା, ହତ୍ୟା କରିବା, ଓ ଘଟଣା କୁ ଲୁଚାଇ ବା ପାଇଁ ପ୍ରୟାସ କରିବା ସହ ମିଛ କହିବା ଭଳି ସଙ୍ଗୀନ ଅପରାଧିକ ମାମଲା ରେ ଉଭୟ ପୁଅ ଓ ମା ଙ୍କୁ ଗିରଫ କରିଛି ପୋଲିସ ।
ଭଲ କଳାକାର ଥିଲେ ଶିଶିର ଶିଶିର ସାହୁ ଚାକିରି ଜୀବନ ଭିତରେ, ଗଣିଆ, ଦଶପଲ୍ଲା ନୟାଗଡ଼ , ସରଣକୁଳ ପ୍ରଭୁତି ଅଞ୍ଚଳ ରେ ଚାକିରୀ କରିଥିଲେ । ଭଲ ମଣିଷ ହିସାବ ରେ ସବୁଠି ଶିଶିର ସାହୁ ସବୁଠି ଲୋକପ୍ରିୟ ହାସଲ କରିଥିଲେ । ଭଲ ମଣିଷ, ଭଲ କଳାକାର ଓ ସଂଗଠକ ଥିଲେ । ନୟାଗଡ଼ ଫରେଷ୍ଟ ଡିଭିଜନ ରେ ସବୁ କର୍ମଚାରୀ ମାନଙ୍କ ସହ ଶିଶିର ଙ୍କ ଲୋକପ୍ରିୟତା ଥିଲା । ସହକର୍ମୀ, ବୁଦ୍ଧିଜୀବୀ କଳାକାର ସଂଘ ତରଫରୁ ମୃତ ଶିଶିର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ।


