କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ ମୁସେଲିପାଙ୍ଗl ଅଞ୍ଛଳରେ ବୁଲୁଚି କଲରା ପତୁରିଆ ବାଘ । ଗ୍ରାମବାସୀ ମାନେ ବlଘ ବୁଲୁଥିବା ଦେଖିବା ସହ ଆତଙ୍କରେ ଭୟଭୀତ ଥିବା ଅଭିଯୋଗ କରିଛନ୍ତି ।

ଗତ ସନ୍ଧ୍ୟା ୮ ଟା ସମୟରେ ଟେଲାପାଲୀ ଗ୍ରାମ ଠାରୁ ଗୋଟଏ ଡିଜେ ଗାଡ଼ି ବାଲନ୍ଦାପଡ଼ା ଯାଉଥିବା ସମୟରେ ମୁସେଲିପାଙ୍ଗା ଠାରୁ କଡ଼ିସରୁ ଗ୍ରାମ ମଝି ରେ କଲରାପତରିଆ ବାଘ ରାସ୍ତା ପାର ହେଉଥିବାର ଦେଖି, ଡିଜେ ଗାଡ଼ି ଡ୍ରାଇଭର ଭୟରେ ଗାଡ଼ି ଲାଇଟ୍ ବନ୍ଦ କରିଦେଲେ l କିଛି ସମୟ ପରେ ବାଘ ଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଙ୍କ ତରଫରୁ ବନ ବିଭାଗ କୁ ଖବର ଦେଇଥିଲେ । ବାଘ ଉପରେ ନଜର ରଖା ଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

