କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପଶି ହୁଣ୍ଡି ତାଡି ନେଇଛନ୍ତି । ଏଥିସହ ଦିଅଁଙ୍କ ମସ୍ତକ ରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଆଜି ଭୋରୁ ମନ୍ଦିର ବଡ଼ପଣ୍ଡା ପୂଜା କରିଗଲା ବେଳେ ଦେଖିଲେ, ପ୍ରଥମ କବାଟ ତାଲା ଭାଙ୍ଗିଯାଇଥିବା ବେଳେ, ଦ୍ୱିତୀୟ କବାଟ ଭଙ୍ଗା ଯାଇଛି । ଏଥିସହ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିଥିଲେ ପୂଜାରୀ । ଗତକାଲି ଏକାଦଶୀ ରେ ଠାକୁରଙ୍କ ସୁନାବେଶ ଥିବାରୁ, ତିନିଠାକୁରଙ୍କ ମସ୍ତକ ରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ଦେଖିଥିଲେ ପୂଜାରୀ । ପରିଚାଳନା କମିଟି କୁ ଖବର ଦେବା ସହ କମିଟି ତରଫରୁ ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚୋରି ହୋଇଥିବା ହୁଣ୍ଡି ମନ୍ଦିର ପଛପଟେ ପଡିଥିବା ଦେଖିଥିଲେ । କିଛିଦିନ ତଳେ , ମନ୍ଦିର ରେ ନୂତନ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ, ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ମନ୍ଦିର କମିଟି ତରଫରୁ , ପ୍ରଶାନ୍ତ ବିଶୋଇ, ସୁନାଶ୍ରୀ ମହାପାତ୍ର ଶିବାଶିଷ ପଣ୍ଡା ପ୍ରମୁଖ ଏହି ଚୋରି ଘଟଣା କୁ ଦୃଢ଼ ନିନ୍ଦା କରିବା ସହ, ଭକ୍ତ ମାନଙ୍କ ମନରେ ଗଭୀର ଆଘାତ ଲାଗିଛି । ମନ୍ଦିର ର ସମସ୍ତ ନିତିକାନ୍ତ ବନ୍ଦ ରହିଛି ।


