କନ୍ଧମାଳ (ଶ୍ରେୟ ତରଙ୍ଗ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ବୁଲିଲେ ବିଜେପି ବିଧାୟକ ଉମା ଚରଣ ମଲ୍ଲିକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଧିକାଂଶ ଡାକ୍ତର ଅନୁପସ୍ଥିତ ଥିବା ବେଳେ, ରୋଗୀସେବା ସଠିକ୍ ଭାବରେ ପାଇ ପାରୁନଥିବା ଅନୁଭବ କରି, ମେଡ଼ିକାଲ୍ ଅଫିସରଙ୍କୁ ଡାକି ତାଗିଦ୍ କରିଲେ ବିଧାୟକ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ନଥିବା ବେଳେ, ଯେଉଁଠି ଡାକ୍ତର ଅଛନ୍ତି, ଦିନକ ପାଇଁ ଆସି ନିଜର ଦରମା ବଞ୍ଚାଇ ରଖିବା ପାଇଁ ଆସି ସାତ ଦିନର ଦସ୍ତଖତ କରି ପଳାଇବା ରୋଗୀ ମାନେ ଆଭିଯୋଗ କରିଥିଲେ । ରୋଗୀ ମାନଙ୍କ ପ୍ରତି ଡାକ୍ତର ଓ ନର୍ସ ମାନଙ୍କ ବିତୃଷ୍ଣା ଭାବ ଯୋଗୁଁ, ଖର୍ଚ୍ଚାନ୍ତ ହୋଇ ଉପାନ୍ତ ଅଞ୍ଚଳ ରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ଆସୁଥିବା ଅଭିଯୋଗ କରିଥିଲେ । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକ ଡାକ୍ତର ନଥିବାରୁ, ବ୍ରହ୍ମପୁର କୁ ଅଧିକାଂଶ ରୋଗୀ ଯାଉଥିବାର ମଧ୍ୟ ଘଟଣା ସାମ୍ନା କୁ ଆସିଛି ।

ଆଜି ହଠାତ୍ ଫୁଲବାଣୀ ବିଧାୟକ ମେଡ଼ିକାଲ୍ ର ସମସ୍ୟା ବୁଝିବାପାଇଁ , ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ମହାନ୍ତି, ଫୁଲବାଣୀ ବିଜେପି ନଗର ସଭାପତି ଜଗନ୍ନାଥ ସାହୁ ଏବଂ ବିଜେପିର ଅନ୍ୟ କର୍ମକର୍ତ୍ତା ମାନେ ଆଜି ଚିକିତ୍ସାଳୟ ବୁଲିବା ସହ ମାତୃ ଓ ଶିଶୁ ବିଭାଗ ଗସ୍ତ କରିବା ସହ ଅନ୍ୟ ସମସ୍ତ ବିଭାଗ ମାନ ମଧ୍ୟ ବୁଲି ଦେଖିଥିଲେ । ଚିକିତ୍ସାଳୟ ରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଦେଖିବାକୁ ପାଇଥିଲେ । ବିଳମ୍ବରେ ଆସୁଥିବା କିଛି ଡାକ୍ତର ଓ ନର୍ସ ମାନଙ୍କୁ ତାଗିଦ୍ କରିବା ସହ ମେଡିକାଲ ମ୍ୟାନେଜର ବିଭୁଦତ୍ତ ଶତପଥୀଙ୍କୁ ମଧ୍ୟ ତାଗିଦ୍ କରିଥିଲେ । ଆଗାମୀ ଦିନରେ ଏପରି କାର୍ଯ୍ୟ ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଥିଲେ ଫୁଲବାଣୀ ବିଧାୟକ ଉମ୍ମାଚରଣ ମଲ୍ଲିକ ।

।

