କଣନ୍ଧମାଳ, (ଶ୍ରେୟ ତରଙ୍ଗ ): ଫୁଲବାଣୀ ବ୍ଲକ୍ ଦୁଡୁକି ପଞ୍ଚାୟତ ଚାଉଲପାଙ୍ଗା ଗାଁରେ ବିଦୂତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ପାନୁଆ ଦିଗାଲଙ୍କ ଘରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିନଷ୍ଟ ହୋଇଯାଇଛି ।

ଦିନ ଦଶଟା ବେଳେ କୌଣସି କାରଣରୁ ବିଦୁଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ, ଆଯବେଷ୍ଟ୍ ଘର ଓ ଘରେ କାଠ ସାମାନ ଥିବାରୁ ନିଆଁ ବହୁତ୍ ଜୋର ଲାଗିଥିଲା । ଫ୍ରିଜ କୁଲାର୍, ଟିଭି, ସୁନା ରୂପା ସହ ଖାଇବା ସାମଗ୍ରୀ, ଲୁଗା ପଟା, ସହ ଜରୁରୀ କାଗଜ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ସୌଭାଗ୍ୟ ବସତ୍ ଘରେ କେହି ନଥିବାରୁ, କାହାକୁ ବିଦୁଟ ଆଘାତ ଲାଗି ନାହିଁ । ପ୍ରାୟ ପାଞ୍ଚ ବଖରା ଘରେ ନିଆଁ ଲାଗିଥିବା ବେଳେ, ଲକ୍ଷାଧିକ ଟଙ୍କାର ସାମାନ ପୋଡ଼ି ନଷ୍ଟ ହୋଇଯାଇଛି । ଫୁଲବାଣୀ ଦମକଳ ବାହିନୀ ଆସି ନିଆଁ କୁ ଲିଭାଇବା ସହ , କରେଣ୍ଟ କାଟିଥିଲେ । ପୁନିଆ ଦିଗାଲ ଙ୍କ ଘରେ 14 ଜଣ ଲୋକ ରହୁଥିବା ବେଳେ, ଶୀଘ୍ର ସରକାରୀ ସହାୟତା ଦେବାପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକ ।


