କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ, ମା ବିମଳା ଓ ପାର୍ଶ୍ଵ ଦେବଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଜାନୁଆରୀ ୨୯ ତାରିଖ ରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ଆଜି ୩ ଫରେବୁଆରି ରେ ଏହାର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି ।

ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟ ପୂଜା ପରେ, ଦେବଦେବୀ ଙ୍କ ବିଭିନ୍ନ ପ୍ରକାର ପୂଜା ପାଠ କରାଯାଇଥିଲା । ପ୍ରତ୍ୟେକଦିନ ଶତାଧିକ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୂର୍ଣ୍ଣାହୁତି କୋଡିଏ ହଜାର ରୁ ଅଧିକ ଭକ୍ତ ମାନଙ୍କର ସମାଗମ ହୋଇଥିଲା ।

ସମ୍ବଲପୁରୀ ଦୁଲୁଦୁଲି , ଯୋଡ଼ି ଶଙ୍ଖ ବାଦ୍ୟ ରେ ଜଗନ୍ନାଥ ମନ୍ଦିର ପରିସର କମ୍ପି ଉଠିଥିଲା । ପୁରୀ, ଗଞ୍ଜାମ,ନୟାଗଡ଼ ରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନେ ଆସି ମନ୍ତ୍ର ପାଠ କରିବା ସହ , ମନ୍ଦିର ପ୍ରତିଷ୍ଠା କରିଥିଲେ ।

ମନ୍ଦିର ପରିଚାଳନା ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ସହ ସମ୍ପାଦକ ଶରତ ଚନ୍ଦ୍ର ସାହୁ, ଉପଦେଷ୍ଟା ବିଜୟ କୁମାର ମହାନ୍ତି, ପ୍ରତାପ ଚନ୍ଦ୍ର ପାତ୍ର, ପ୍ରମୋଦ ବିଶୋଇ, ମହେଶ୍ୱର ହା, ରମେଶ ମହାନ୍ତି, ସିଦ୍ଧେଶ୍ୱର ଦାସ, ଅଶୋକ ପଟ୍ଟନାୟକଙ୍କ ସହ ଫୁଲବାଣୀ ସହର ର ବ୍ୟବସାୟୀ , ବୁଦ୍ଧିଜୀବୀ, ଭକ୍ତ ବୃନ୍ଦଙ୍କ ଆକୁଣ୍ଠ ସହଯୋଗ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।


