ଦଶପଲ୍ଲା, ( ଶ୍ରେୟ ତରଙ୍ଗ) ସ୍ବାମୀ ବିବେକାନନ୍ଦ ଜୟନ୍ତୀ ରେ ଉତ୍ସବ ମୁଖର ହେବ ଦଶପଲ୍ଲା । ଆସନ୍ତା ୧୧, ୧୨, ଓ ୧୩, ତିନିଦିନ ଧରି ଦଶପଲ୍ଲା ତ୍ରିନାଥ ବଜାର ‘ସୀତାରାମ ୟୁଥ କ୍ଲବ’ ଗ୍ରାଉଣ୍ଡ ରେ ଅଷ୍ଟମ ‘ମହକ’ ଯୁବ ମହୋତ୍ସବ ପାଳନ ହେବ । ପ୍ରଥମ ଦିନ ଦଶପଲ୍ଲା ର ଆରାଧ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ ଆଣି ଏକ ବିଶାଳ ଶୋଭାଯାତ୍ରା ବାହାରି ମହାବୀର ମନ୍ଦିର ଠାରୁ ତ୍ରିନାଥ ବଜାର ମହକ ମୈଦାନ ପର୍ଯ୍ୟନ୍ତ ଆସିବ ଦେଶର ଯବାନ ମାନଙ୍କ ଉଦେଶ୍ୟରେ ୪୦୦ମିଟର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯିବ ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତିନି ଦିନ ଧରି ଉତ୍ସବ ରେ ସାମିଲ ହେବା ସହ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ , ଜିଲ୍ଲାପାଳ ନୟାଗଡ଼ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ , ଏନେସି ଅଧ୍ୟକ୍ଷା ଇଞ୍ଜିନିୟର ପୁନମ୍ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି, ଓଡ଼ିଶାର ବିଭିନ୍ନ ଅଞ୍ଚଳ ର ଲୋକକଳା ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ନୃତ୍ୟ ର କାର୍ଯ୍ୟକ୍ରମ ହେବ । ବିଶେଷ ଆକର୍ଷଣ ରହିବ ପ୍ରିୟଜନ ଙ୍କୁ ଚିଠି ଟିଏ ବୋଲି କ୍ଳବ୍ ର ଉପଦେଷ୍ଟା ଶ୍ରୀ ରଘୁନାଥ ସାହୁ କହିଛନ୍ତି

ସେହିଭଳି ଦଶପଲ୍ଲା ର ସର୍ବ ପୁରାତନ ପାଠାଗାର ବିବେକାନନ୍ଦ ପଠନ କେନ୍ଦ୍ର ତରଫରୁ ୨୬ତମ ବାର୍ଷିକ ଉତ୍ସବ ତଥା ଯୁବ ଉତ୍ସବ ୧୨ ଓ ୧୩ ଦୁଇ ଦିନ ଧରି ଗଣେଶ ବଜାର ରେ ପାଳନ କରିବ । ଶ୍ରୀଯୁକ୍ତ ଗଙ୍ଗାଧର ନାୟକ ସ୍ବତନ୍ତ୍ର ସଚିବ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଦ୍ଵିତୀୟ ଦିବସ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସାହିତ୍ୟିକ ହାଡିବନ୍ଧୁ ମହାଖୁଡ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଦଶପଲ୍ଲା ଭଳି ଛୋଟିଆ ସହର ରେ ଭାଇଚାରା ସବୁବେଳେ ତାର ବଜାୟ ରହିବସିଥିବା ବେଳେ, ଚଳିତ ବର୍ଷ ଯୁବ ଉତ୍ସବ ରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟ ,ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, କଳାକାର, ସାମିଲ ହେବେ ବୋଲି ଆଶା କରାଯାଉଛି ।

