ଦଶପଲ୍ଲା (ଶ୍ରେୟ ତରଙ୍ଗ): ବାଣୀଗୋଛା ବାବା ଯୋଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ମକର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସବୁ ମକର ମେଳା ଠାରୁ ବାଣୀଗୋଛା ର ମକର ମେଳା ସମ୍ପୂର୍ଣ ଭିନ୍ନ ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି ଏହି ମକର ଯାତ୍ରା କୁ ବାଇଶି ପଲ୍ଲୀ ଅଭୟାରନ୍ୟ ରେ ରହୁଥିବା ଆଦିବାସୀ ସାତପଲ୍ଲୀ ର ଜନ ସାଧରଣ ସମ୍ପୂର୍ଣ ସହଯୋଗ କରି କାହିଁ କେଉଁ କାଳରୁ ପାଳନ କରି ଆସୁଛନ୍ତି । ମକର ମେଳା ଦୀର୍ଘ ଚାରି ଦିନ ଧରି ପାଳନ ହେଉଥିବା ବେଳେ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ମେଳା ବୁଲିବାକୁ ଆସିଥାନ୍ତି । ପ୍ରତିଦିନ ବିଭିନ୍ନ ନାଚ ଗୀତ ଅନୁଷ୍ଠିତ ହୋଇ ଥାଏ । ଦ୍ବିତୀୟ ଦିନ ସନ୍ଧ୍ୟାରେ ମଞ୍ଚ ଉପରେ ମୁଖ୍ୟ ଅତିଥୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଯାନୀ, ପୂର୍ବତନ ବ୍ଲକ ଅଧକ୍ଷ ଉପେନ୍ଦ୍ର କୁମାର ସାହୂ, ସମାଜ ସେବି ଶ୍ରୀହରି ନାୟକ ତଥା ଜିଲ୍ଲା ବି ଜେ ଡି ସାଧାରଣ ସମ୍ପାଦକ, ବାଣିଗୋଚ୍ଛା ସରପଞ୍ଚ ଶସ୍ମିତା ମହାଖୁଡ଼ ଯାତ୍ରା କମିଟି ସଭାପତି ବିମାନ ମାଝୀ, ସମ୍ପାଦକ ଯୁଗଳ କିଶ୍ବର ମୁଦୁଲି ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ମଞ୍ଚ ରେ ଉପସ୍ଥିତ ଥିଲେ ଅତିଥ୍ ମାନଙ୍କୁ ଫୁଲ ତୋଡ଼ା ଏବଂ ଉତ୍ତରୀ ଦେଇ ସନମାନିତ କରାଯାଇଥୁଲା ଏହି ଯାତ୍ରା ଆଗାମୀ ଦିନରେ ଅତି ସରସ ସୁନ୍ଦର ଏବଂ ସରକାରୀ ଅର୍ଥ ବହନ କରିବେ ବୋଲି ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟ ରେ କହିଥିଲେ I ଏହି ଯାତ୍ରା କୁ ବିଭିନ୍ନ ଜିଲ୍ଲା ରୁ ବ୍ୟବସାୟୀ ଭାଇ, ଭଉଣୀ ଆସି ବିକ୍ରି ବଟା କରି ଭଲ ଦି ପଇସା ରୋଜ ଗାର କରି ଥାନ୍ତି I ଯାତ୍ରା ରେ ବିଭିନ୍ନ ପ୍ରକାର ଦୋଳି ଘର କରଣା ସାମଗ୍ରୀ ମିଳି ଥାଏ I ଏବଂ ଶୀତୁଆ ରାତିର ଚଟ ପଟି ଖାଦ୍ୟ ବେଶ ଗହଳି ଜମାଇ ଦେଇଥାଏ I

