କନ୍ଧମାଳ, ( ଶ୍ରେୟ ତରଙ୍ଗ) : କନ୍ଧମାଳ ଜିଲ୍ଲା ରାଜନୀତି ରେ ଚାଣକ୍ୟ କୁହାଯାଉଥିବା ଶ୍ରୀଯୁକ୍ତ ଭଗବାନ ମହାନ୍ତି ଙ୍କୁ କନ୍ଧମାଳ ଜିଲ୍ଲା ବିଜେପି ଦଳ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।

ଶ୍ରୀ ମହାନ୍ତି ନୂଆପଡ଼ା ଉପ ନିର୍ବାଚନ ରୁ ଫେରିବା ପରେ, ଶତାଧିକ ଯୁବକ, ଦଳର ଛାମୁଆ କର୍ମୀ, ଏକ ବାଇକ୍ ରାଲିରେ ଫୁଲବାଣୀ ସହର ବୁଲାଇଥିଲେ । ରାଜ୍ୟ ସଭାପତି, ଦଳୀୟ ନିଷ୍ପତି କୁ ଆଧାର କରି, ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସମ୍ପାଦକ ଭାବେ ଶ୍ରୀ ଭଗବାନ ମହାନ୍ତି ଙ୍କୁ ନିଯୁକ୍ତି ଦେଇଛି । କନ୍ଧମାଳ ଜିଲ୍ଲା ଭଳି ଏକ ଉପାନ୍ତ ଆଦିବାସୀ ବହୁଳ ଜିଲ୍ଲାକୁ ଗୁରୁତ୍ଵ ଦେଇ, ଭଗବାନ ମହାନ୍ତି ଙ୍କୁ ଦଳ ରାଜ୍ୟ ସମ୍ପାଦକ କରିଥିବାରୁ , ଜିଲ୍ଲାର ସବୁ ସ୍ତର ନେତା ମାନେ ବହୁତ୍ ଖୁସି ଅଛନ୍ତି ।

ଗତ ୨୦୨୪ ସାଧାରଣ ନିର୍ବାଚନ ରେ , କନ୍ଧମାଳ ଲୋକସଭା ଆସନରୁ ରୁ ବିଜେପି ପାର୍ଥ ସୁକାନ୍ତ ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳର ହେଭି ୱେଟ ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଙ୍କୁ ହରେଇବା ପଛରେ , ଭଗବାନ ମହାନ୍ତି ଙ୍କ ଗୋଟି ଚାଳନା କାମ କରିଥିବା ଦଳର ନେତା ମାନେ କହିଛନ୍ତି । ଫୁଲବାଣୀ ବିଧାନ ସଭା ଆସନ ରେ ମଧ୍ୟ ପ୍ରଥମ ଥର ପାଇଁ ବିଜେପି ନେତା ଉମା ଚରଣ ମଲ୍ଲିକ ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାର ଆସୋଷେଶନ ର ପୂର୍ବତନ ଜିଲ୍ଲା ସଭାପତି ଥିଲେ ଶ୍ରୀ ମହାନ୍ତି । ସମସ୍ତଙ୍କୁ ନେଇ , କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସମସ୍ତ ବ୍ଲକ ଓ ମ୍ୟୁନିସପାଲିଟି , ଏନେସି ଦଖଲ କରିବ ବୋଲି ଦଳ ଆଶା ବନ୍ଧିଛି ।

