(ଶ୍ରେୟ ତରଙ୍ଗ): ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ବିଜ୍ଞାନ ମେଳାକୁ ରେଭେନ୍ସା ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡଃ. ସିଦ୍ଧାର୍ଥ ଭରଦ୍ୱାଜ ଉଦଘାଟନ କରି ଶିଶୁ ବୈଜ୍ଞାନିକ ମାନଙ୍କ ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ ବୁଲି ଦେଖିଥିଲେ I

ବିଜ୍ଞାନର ଅଗ୍ରଗତି ଏବଂ ଆଜିର ମଣିଷ ଶୀର୍ଷକ ଗୀତରେ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ. ସନ୍ଧ୍ୟାରାଣୀ ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶୁଭ୍ରାଶ୍ରୀ ଦାସ ଯୋଗଦେଇ ଆଧୁନିକ ଯୁଗରେ ବିଜ୍ଞାନର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଡଃ. ସିଦ୍ଧାର୍ଥ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଜାତୀୟ ବିଜ୍ଞାନ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ସି.ଭି ରମଣ ଙ୍କ ଆଲୋକର ବିଛୁରଣ ତତ୍ତ୍ଵ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ । ବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥି ଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରିଥିଲେ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଚପଳା ଛନ୍ଦା ମହାନ୍ତି ଓ ଯୁବ ଶିକ୍ଷକ ସବ୍ୟଜିତ୍ ବେହେରା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦିନେଶ କୁମାର ଲେଙ୍କା ସଂଯୋଜନା କରିଥିବାବେଳେ ମଞ୍ଚରେ ଉପସ୍ଥିତ ଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ସଡଙ୍ଗୀ,ସରିତା ପୂଜାପଣ୍ଡା,ବିନୋଦିନୀ ନିସଙ୍କ,ସୀମା ଶୁଭ୍ରଜିତା ସାହୁ,ଭକ୍ତିଲତା ପାଣି ଏବଂ କ୍ରୀଡ଼ା ଶିକ୍ଷକ ମିହିର ରଂଜନ ପଟ୍ଟନାୟକ ଓ ପ୍ରକାଶଚନ୍ଦ୍ର ଗୋଚ୍ଛାୟତ ପ୍ରମୁଖ । ସର୍ବଶେଷରେ ବିଜ୍ଞାନ ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

