ବୋଲଗଡ଼ ( ଶ୍ରେୟ ତରଙ୍ଗ) , ଅମାନୁଷିକ ଭାବେ ୩୦ ରୁ ଅଧିକ ଗୋମାତାଙ୍କୁ କଣ୍ଟେନର ରେ ବାହାର ରାଜ୍ୟ କୁ ଚୋରା ଚାଲାଣ ବେଳେ ବଜରଙ୍ଗ ଦଳ ସଦସ୍ୟ ମାନେ ଗାଡ଼ିଟିକୁ ଅଟକାଇ, ଗୋମାତା ମାନଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ଏବଂ ହେଲ୍ସର ଙ୍କୁ ବୋଲଗଡ଼ ପୋଲିସ ଜିମା ଦେଇଛନ୍ତି । ଜାତୀୟ ରାଜପଥ ୫୭ ଉପରେ ସବୁଦିନ ଏଭଳି ଚୋରା ଗୋରୁ ଚାଲାଣ ଚାଲିଥିବା ବେଳେ ପୋଲିସ କେମିତି ଜାଣି ପାରୁନାହାନ୍ତି, ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ରାଜନେତା ଙ୍କ ଛତ୍ର ଛାୟା ତଳେ ରହି ଦଲାଲ ମାନେ ଗୋରୁ ଚାଲାଣ ରେ ସହାୟତା କରୁଥିବା ବେଳେ, କିଛି ଅସାଧୁ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି । ନୟାଗଡ଼,ବୋଲଗଡ଼, ବେଗୁନିଆ ଅଞ୍ଚଳ ରେ ଗୋରୁ ଚୋରା ଚାଲାଣ ଆଗରୁ ହୋଇ ଆସୁଥିବା ବେଳେ, ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହେଉ ନଥିବାରୁ ଜାତୀୟ ରାଜପଥ ୫୭ ଗୋରୁ ମାଫିଆଙ୍କ ଭୁ ସ୍ବର୍ଗ ପାଲଟିଛି । ହୁଣ୍ଡାଇ କମ୍ପାନୀ ର ଲୋଗୋ କଣ୍ଟେନର ରେ ଲାଗିଥିବା ବେଳେ, ପ୍ରକୃତ ରେ କଣ୍ଟେନର ଡ୍ରାଇଭର ହେଲ୍ପର ଏଥିରେ ସଂପୃକ୍ତ ନା, ପୋଲିସ ଆଖିରେ ଧୂଳି ଦେଇ ଦଲାଲ ମାନେ ଖସି ଯିବାର ଏକ ବାହାନା, ବୋଲଗଡ଼ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ସମସ୍ତଙ୍କ ନଜର ଏବେ ପୋଲିସ ଉପରେ ।

