ଭାପୁର ( ଶ୍ରେୟ ତରଙ୍ଗ), ଭାପୁର ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି | ‘ମୋ ମାଟି ଭାପୁର’ର ସଭାପତି ବେଣୁଧର ପ୍ରଧାନଙ୍କ ସଭାପତିତ୍ବ ରେ ଉଦ୍ଘାଟନୀ ସଭାରେ ସନ୍ଥ ଉମେଶ ନାଥ ମହାରାଜ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ଯକ୍ଷ ଶିଶିର କୁମାର ସାହୁ ଓ ଭାପୁର ତହସିଲଦାର ଅର୍ଜୁନ ପ୍ରଧାନ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ |

ମହୋତ୍ସବ ର ମୁଖପତ୍ର ‘ମହାନଦୀ’ ଉନ୍ମୋଚନ ହୋଇଥିଲା । ନୟାଗଡ଼ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଓ ବ୍ୟୟ ବହୁଳ ମଞ୍ଚ ରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଓଡ଼ିଆ ସିନେ ସୁପର ଷ୍ଟାର ତଥା ଦିଗପହଣ୍ଡି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ୩୦ ହଜାର ରୁ ଅଧିକ ଦର୍ଶକ ଭାପୁର ମହୋତ୍ସବରେ ସମାଗମ ହୋଇଥିଲା ।

ଦ୍ୱିତୀୟ ଅଯୋଧ୍ୟା ରୂପେ ପରିଚିତ ଫତେଗଡ଼ ଶ୍ରୀରାମ ମନ୍ଦିର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଉଜ୍ଜୟିନୀର ପୀଠାଧୀଶ ତଥା ରାଜ୍ୟସଭା ସାଂସଦ ସନ୍ଥ ବାଲଯୋଗୀ ଉମେଶନାଥ ମହାରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ କଡ଼ା ସୁରକ୍ଷା ମଧ୍ୟରେ ସେ ଭୁବନେଶ୍ଵରରୁ ଫତେଗଡ଼ ଆସିଥିଲେ। ଫତେଗଡ଼ ଶ୍ରୀରାମ ମନ୍ଦିରରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ପହଞ୍ଚି ମହାପ୍ରଭୁ ଶ୍ରୀ ରାମ ଲାଲାଙ୍କୁ ଦର୍ଶନ କରିଥିଲେ । ଦୁଇଦିନ ଧରି ଚାଲିଥିବା ଯଜ୍ଞରେ ଆହୁତି ଦେଇଥିଲେ । ମନ୍ଦିର ପରିସରରେ ମହର୍ଷି ବାଲ୍ମୀକିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ଓ ଭୂମି ପୂଜନ ଉତ୍ସବରେ ଯୋଗ ଦେଇଥିଲେ ।


