ଶ୍ରେୟ ତରଙ୍ଗ ( ଭାପୁର): ଭାପୁର ବ୍ଲକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାୟକ ଙ୍କ ନେତୃତ୍ୱ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିବା ସହ ଏହାର ଦାୟିତ୍ବ ନେଇ ବଢେ଼ଇବା ପାଇଁ ପ୍ରତିଜ୍ଞା କରିଥିଲେ ।

ଭାପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତୁଳସୀ ବରାଳ, ସିଆରସିସି କାହୁଁ ଚରଣ ବେହେରା ଉପସ୍ଥିତ ରହିଥିଲେ । ବିଦ୍ୟାଳୟକୁ ଏକ ସୁନ୍ଦର୍ ସଭୂଜ ବନାନୀ ଭରା ବିଦ୍ୟାଳୟ ରେ ପରିଣତ କରିବା ଲକ୍ଷ୍ୟରେ ଏବଂ ସବୁଜ ସୁନ୍ଦର୍ ପରିବେଶ ଭିତରେ ଶିକ୍ଷାଦାନ ର ଗୁରୁତ୍ଵ କୁ ଉପଲବ୍ଧି କରି ସରକାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକରେ ବୃକ୍ଷ ଲଗେଇବା ଭଳି ସଚେତନ କାର୍ଯ୍ୟ କ୍ରାମ ହାତକୁ ନେଇଥାନ୍ତି ।

ଭାପୁର ବ୍ଲକ ରେ ଏକମାତ୍ର ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ଥିବାରୁ, କିଭଳି ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ରହି ପାଠ ପଢିବେ, ସେଥିପାଇଁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାୟକ ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକୁ ବିଦ୍ୟାଳୟ ରେ ପାଳନ କରି ଆସୁଥିବାରୁ, ଅଞ୍ଚଳ ବାସି ବେଶ୍ ଖୁସି ଓ ଆନନ୍ଦ ଅନୁଭବ କରିଛନ୍ତି ।

