କନ୍ଧମାଳ (ଶ୍ରେୟ ତରଙ୍ଗ), ଭିନ୍ନ କ୍ଷମ ସୁରେନ୍ଦ୍ର ବେରୁକ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତିନି ଚକିଆ ଯାନ ଅଟୋ ମିଳିଛି । ଏହାକୁ ନେଇ ସୁରେଦ୍ରଙ୍କ ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି । ଦୀର୍ଘଦିନ ଧରି ଭିନ୍ନକ୍ଷମ ସ୍ଵରେନ୍ଦ୍ର ଘରୁ ଯିବା ଆସିବ ପାଇଁ ବାଉଁଶ ବାଡ଼ି କୁ ନିଜର ସାହାରା କରି ଯବା ଆସିବା କରୁଥୁଲେ । ଏଥିପାଇଁ ତାଙ୍କୁ ବହୁ ଅସୁବିଧା ରେ ସମୁଖୀନ ହେବାକୁ ପଡ଼ିଥିଲା। ବ୍ଲକ କୁ ଘରୁ, ଘରୁ ପଂଚାୟତ କୁ ସାହାଯ୍ୟ ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ଏବେ କିନ୍ତୁ ରାଜ୍ୟ ସରକାର ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିବା ସହ ବ୍ଲକ୍ ପ୍ରଶାସନ ତରଫରୁ ଏକ ତିନିଚକିଆ ଜାନ ମିଳିଛି । ତୁମୁଡିବନ୍ଧ ବ୍ଲକ ବିଜେପି ସଭାପତି ସରମେଶ୍ୱର ମାଝୀ, ମଣ୍ଡଳ ଉପଦେଷ୍ଟା ରବିଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ କର୍ମୀ ବଳଭଦ୍ର ରାଉତ, ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି.

