ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଆସନ୍ତା ୧୩ ଜାନୁଆରୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାର, ମହକ ମଇଦାନ ରେ ଅନୁଷ୍ଠିତ ହେବ ନାଟକ ଆହେ ନୀଳ ଶଇଳ। ଶ୍ରୀମନ୍ଦିର ଉପରେ ମୋଗଲ ମାନଙ୍କ ଆକ୍ରମଣ, କୋଟି ଓଡିଆଙ୍କ ଆରାଧ୍ୟ ଦେବ ମହାପ୍ରଭୁଙ୍କ ଚିଲିକା ରେ ଆତ୍ମଗୋପନ, ରାଜା ରାମଚନ୍ଦ୍ର ଦେବ, ଜଗନ୍ନାଥ ମହାପ୍ରଭୁଙ୍କ ମାନ ରକ୍ଷା କରିବା ପାଇଁ, ଯବନ କନ୍ୟା ଙ୍କୁ ବିବାହ କରିବା, ରାମଚନ୍ଦ୍ର ଦେବଙ୍କ ପରେ ଯୁବରାଜ କୁମାର ଉତ୍କଳର ଗଜପତି ହେବ, କାହାଣୀ କୁ ନେଇ ନାଟକ” ଆହେ ନୀଳ ଶଇଳ” ଅନୁଷ୍ଠିତ ହେବ । ଦଶପଲ୍ଲା ର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଳବ୍ ର କଳାକାର ମାନେ ବିଭିନ୍ନ ଭୂମିକା ରେ ଅଭିନୟ କରିଛନ୍ତି । ଗୁରୁ ଶ୍ରୀଯୁକ୍ତ ତ୍ରିନାଥ ସାହୁ, ଗୁରୁ ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ ଓ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ପଞ୍ଚାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ନାଟକ ଟି ଗତିଶୀଳ ହୋଇଛି । ଓଡ଼ିଶାର ଖ୍ୟାତନାମା କଥାକାର ସୁରେନ୍ଦ୍ର ମହାନ୍ତି ଙ୍କ ନୀଳ ଶଇଳ କାହାଣୀ , ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ ଓ ଧର୍ମପତ୍ନୀ ଡ ପ୍ରତିମା କୁମାରୀ ହୋତା ନାଟକ ରଚନା କରିଛନ୍ତି । ମାତ୍ର ଦେଢ଼ ଘଣ୍ଟା ର ନାଟକ ରେ ଶ୍ରୀ ଜଗନ୍ନାଥଙ୍କ ଲୀଳାଖେଳା ଦେଖିବାକୁ ମିଳିଛି । ମୋଗଲ ତକି ଖାଁ ର ଆକ୍ରମଣ, ଗଜପତି ଶ୍ରୀ ରାମଚନ୍ଦ୍ର ଙ୍କ ସେନାପତି ବକ୍ସି, ର ସିଂହାସନ ଲୋଭ, ଉତ୍କଳ ର ଗଜପତି ହେବା ଆଶାରେ, ତକୀ ଖାଁ ଙ୍କ ସହ ସନ୍ଧି କରି ଯୁଦ୍ଧ ରେ ସହଯୋଗ ନ କରିବା, ରାଜା ରାମଚନ୍ଦ୍ର ଦେବ ବନ୍ଦୀ ହୋଇ କଟକ ଚାଲାଣ ହୋଇଛନ୍ତି । ତାକି ଖାଁ ର ଭଉଣୀ ରେଜିଆ, ରାମ ଚନ୍ଦ୍ର ଦେବଙ୍କୁ ପ୍ରେମ ବିବାହ କରିଛନ୍ତି, ଲକ୍ଷ୍ମୀ ପରମଗୁରୁ ରାଜା ଙ୍କୁ ସନ୍ଧି କରି ଉଦ୍ଧାର କରିଛନ୍ତି, ଶ୍ରୀଜଗନ୍ନାଥ ଙ୍କ ଉପରେ ଆକ୍ରମଣ ର ଗୁପ୍ତ ସୂଚନା ପାଇକ ଘର ବିଧବା ବୋହୂ ସର ଓ ତାର ପାଳିତ ସାନ ଭାଇ ଜଗୁନି ରାଜା ଙ୍କୁ ନେଇ ଦେବା, ଶ୍ରୀମନ୍ଦିର ଛାଡି ଡଙ୍ଗା ରେ ବସି ଚିଲିକା ଟାପୁ ରେ ଚତୁର୍ଦ୍ଧା ମୂରତି ଗୁପ୍ତ ରେ ରହି ପୂଜା ହେବା, ଗଜପତି ଙ୍କ ପୁତ୍ର ଅଭିଷିକ୍ତ ହେବା ପରେ, ପୁଣି ଶ୍ରୀ ଜଗନ୍ନାଥ ଓ ଭାଇ ଭଉଣୀ ନୀଳାଚଳ ଧାମ କୁ ଫେରିବା ଘଟଣା, କୁ ନେଇ କାହାଣୀ ଆଗକୁ ଗତି କରିଛି । ପ୍ରଥମ ଥର ପାଇଁ ଦଶପଲ୍ଲା ରେ ଏହିଭଳି ନାଟକ ଅନୁଷ୍ଠିତ ହେଉଥିବାରୁ, ଅଭିନୟ କରୁଥିବା ସମସ୍ତ କଳାକାର, ଆୟୋଜଗ ଓ ଦଶପଲ୍ଲା ଅଞ୍ଚଳ ର ବୁଦ୍ଧିଜୀବୀ, ଜଗନ୍ନାଥ ସଂସ୍କୃତି ପ୍ରେମୀ, ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ମଞ୍ଚ ସଜା, ଆଲୋକ, ଶବ୍ଦ, ବିଶେଷକରି ମଞ୍ଚ ଉପରେ ଶ୍ରୀ ବିଗ୍ରହ ମାନଙ୍କୁ ଶଗଡ଼ ରେ ବୋହି ବୋହି ନେବା, ପାଇକ ଯୁଦ୍ଧ କଳାକାର ଙ୍କ ଅଭିନୟ ଦର୍ଶକ ଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି । ସେହିଭଳି ସଙ୍ଗୀତ ମଧ୍ୟ ଏକ ବଳିଷ୍ଠ ଦିଗ । ନିଜେ ସ୍ଵୟଂ ଶ୍ରୀ ଜଗନ୍ନାଥ ଆଗକୁ ପଥ କାଢି ନେବେ, ନାଟକ ସଫଳ ହେବ, ଅନୁଷ୍ଠାନ ର ପ୍ରୟାସ ସଫଳ ହେବ, ସମସ୍ତେ ଆସା ବାନ୍ଧିଛନ୍ତି ।

