ଶ୍ରେୟ ତରଙ୍ଗ, ଆଇସିସି ଫାଇନାଲ ମ୍ୟାଚ ଆସନ୍ତା ମାର୍ଚ୍ଚ ୯ ତାରିଖ ରେ ଦୁବାଇ ଠାରେ ଅନୁଷ୍ଠିତ ହେବ । ଏଥିରେ ଭାରତ ନିଉଜିଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆଇସିସି ର ସମସ୍ତ ମ୍ୟାଚ୍ ରେ ଇଣ୍ଡିଆ ଭଲ ଖେଳ ପ୍ରଦର୍ଶନ କରିଥିବା ବେଳେ, ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଆୟୋଜକ ପାକିସ୍ତାନ କୁ ଇଣ୍ଡିଆ ହରେଇବା ସହ ସେମି ଫାଇନାଲ ରେ ପ୍ରବେଶ କରିବାକୁ ଦେଇ ନଥିଲା । ସେହିଭଳି ୱାର୍ଲ୍ଡ କପ୍ ର ବଦଲା ନେଇଥିଲା ଭାରତ । ପ୍ରଥମ ସେମି ଫାଇନାଲ ଇଣ୍ଡିଆ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବେଳେ, ଇଣ୍ଡିଆ ଠାରୁ ଶୋଚନୀୟ ପରାସ୍ତ ହୋଇ ଅଷ୍ଟ୍ରେଲିଆ ଆଇସିସି ଚମ୍ପିୟାନ ଟ୍ରଫି ରୁ ବାଦ୍ ପଡ଼ିଥିଲା । ଆଜି ନିଉଜିଲ୍ୟାଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ, ସାଉଥ୍ ଆଫ୍ରିକା ପରାଜୟ ସ୍ବୀକାର କରିଥିଲା । ଆସନ୍ତା ୯ ତାରିଖ ଦିନ ଦୁବାଇ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ କ୍ରୀଡା ସମୀକ୍ଷକ ମାନେ କହିଛନ୍ତି, ଭାରତ ଟ୍ରଫି ଜିତିବାର ଶତକଡା ୬୦ ଭାଗ ଆସା କରାଯାଉଛି । ଭାରତୀୟ ସ୍ପିନର ବୋଲର ମ୍ୟାଚ ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସାମି, ପାଣ୍ଡିଆ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ବୋଲିଂ ର ଭାର ସମ୍ଭାଲୁଥିବା ବେଳେ, ସୁଭମନ୍ ଗିଲ, କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ଜାଡେଜା, ହାର୍ଦ୍ଧିକ ପାଣ୍ଡିଆ, ଙ୍କ ଉପରେ ବ୍ୟାଟିଂ ର ଭାର ରହିଛି । ପୁରା ଭାରତ ସହ ବିଶ୍ୱର ନଜର ରହିଛି, ଆଇସିସି ଚମ୍ପିୟାନ ଟ୍ରଫି କିଏ ନେଉଛି ।

