ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁ ଚର୍ଚ୍ଚିତ ଏଫେମ କଲେଜ୍ ଛାତ୍ରୀ ସୋମ୍ୟାଶ୍ରୀ ବିଶି ପୋଡ଼ି ହୋଇ ମରିବା ଘଟଣା ରେ, ରାଜ୍ୟ ସରକାର କୋଡିଏ ଲକ୍ଷ୍ୟ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର ସୁରକ୍ଷା ବଳୟ ଭିତରେ ସୌମ୍ୟା ଙ୍କ ପାର୍ଥିବ ମର ଶରୀର ପୈତୃକ ଗାଁରେ ପହଞ୍ଚିଛି । ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନ ରେ ସୌମ୍ୟା ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଥିବା ବେଳେ, ତାଙ୍କ ଭାଇ ମୁଖାଗ୍ନି ଦେଇଛନ୍ତି ।

ଘଟଣା ଅନୁସାରେ, ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଆଉ ଆଜି ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି।

ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାଇଯାଇଛନ୍ତି ସୌମ୍ୟାଶ୍ରୀ । କିନ୍ତୁ ଆଜି ଲକ୍ଷ୍ୟ ଲକ୍ଷ୍ୟ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଙ୍କ ଠାରୁ ଆରମ୍ଭ କରି, ସାଧାରଣ ଜନତା, ସମସ୍ତଙ୍କ ହୃଦୟ କୁ ଜିତି ଯାଇଛନ୍ତି । ଶ୍ରେୟ ତରଙ୍ଗ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ ।


