Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ଯୋଗାଣ ବିଭାଗ ଧରିଲା ୧୫ କୁଇଣ୍ଟାଲ ଆମ୍ବ ଟାକୁଆ, ୨୫ ହଜାର ଜୋରିମାନା ଆଦାୟ

By sreyatarangaMay 24, 2025 ଆଜିର ଖବର
Ad 1

କନ୍ଧମାଳ (ଶ୍ରେୟ ତରଙ୍ଗ): ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଗନ୍ ସୁବୁଦ୍ଧିଙ୍କ ଗୋଦାମରୁ ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ଆମ୍ବ ଟାକୁଆ ଜବତ କରିଛନ୍ତି।

Ad 2

ଲକ୍ଷ୍ମୀ ବଜାରର ବ୍ୟବସାୟୀଙ୍କ ଗୋଦାମରେ ପର୍ଯ୍ୟାପ୍ତ ଆମ୍ବ ଟାକୁଆ ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଖବର ପାଇଥିଲେ। ନିର୍ଭରଯୋଗ୍ୟ ସୂଚନା ଆଧାରରେ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମରେ ଚଢ଼ଉ କରିଥିଲେ। ବିକ୍ରି ପାଇଁ ୪୮ ଟି ବସ୍ତାରେ ଥିବା ୧୫ କୁଇଣ୍ଟଲ ଆମ୍ବ ଟାକୁଆ ଜବତ କରିଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ଜବତ ଆମ୍ବ ଟାକୁଆ ର ପ୍ରାଥମିକ ପରୀକ୍ଷଣ କରି ଏହା ଖାଦ୍ୟ ଅନୁପ‌ ଯୋଗୀ ବୋଲି କହିଥିଲେ । ପରେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତିରେ ସମସ୍ତ ଆମ୍ବ ଟାକୁଆ ଜବତ କରାଯାଇଛି। ଖାଦ୍ୟ ଅନୁପ‌ ଯୋଗୀ ପଦାର୍ଥ ରଖିବା ଅଭିଯୋଗରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜବତ ହୋଇଥିବା ଆମ୍ବ ଟାକୁଆ କୁ ଅଧିକ ପରୀକ୍ଷା ନିମନ୍ତେ ଭୁବନେଶ୍ଵର ପଠାଯାଇଛି ବୋଲି ଯୋଗାଣ ବିଭାଗ କହିଛନ୍ତି । ଏ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି । ସହକାରୀ ଯୋଗାଣ ଅଧିକାରୀ ପି. ଭାର୍ଗବୀ, ଯୋଗାଣ ନିରୀକ୍ଷକ ବିପିନ ମହାପାତ୍ର, ସ୍ବର୍ଣ୍ଣମୟୀ ବିଶ୍ଵାଳ ଏବଂ ନିହାର ରଞ୍ଜନ ବେହେରା ଚଢ଼ାଉ ରେ ସାମିଲ ହୋଇଥିଲେ । ସ୍ମରଣଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୩୧ ରେ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା I ଆମ୍ବଟାକୁଆ ନଖାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ସହ ଏହାକୁ ଗଚ୍ଛିତ ରଖୁବା ଏବଂ ବିକ୍ରି ନକରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା। ପ୍ରଶାସନର ତାଗିଦ ସତ୍ତ୍ୱେ ଆମ୍ବଟାକୁଆ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ ରଖୁ ଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ ମିଶ୍ର କହିଛନ୍ତି।

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.