ନୟାଗଡ଼ ବ୍ୟୁରୋ ( ଶ୍ରେୟ ତରଙ୍ଗ) , ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋପାଳପୁର ଖଣ୍ଡିସି ଛକ ନିକଟରେ ବ୍ରିଜର ସାଇଟ ୱାଲ କୁ ଧକା ଦେଇ ପନ୍ଦର ଫୁଟ ତଳକୁ ଏକ ଘରୋଇ ଯାତ୍ରୀବାହୀ ବସ ଖସିପଡ଼ିଛି । ଘଟଣା ସ୍ଥଳୀ ରେ ଜଣଙ୍କର ମୃତ ହୋଇଥିବା ବେଳେ, ତିରିଶ ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପ୍ରାୟ ୪୦ ରୁ ୫୦ଜଣ ଯାତ୍ରୀ ଚିଲିକା କାଳୀଜାଇ ମନ୍ଦିର ଦେଖିଯିବା ପାଇଁ ବାହାରିଥିଲେ।କିନ୍ତୁ ରାତି ୧୨ ଟା ପରେ ରଣପୁର ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜ ର ସାଇଟ ୱାଲ କୁ ଧକ୍କା ଦେଇ ବସଟି ତଳକୁ ଖସିପଡ଼ିଥିଲା । ବସ ଭିତରେ ଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିଵା ବେଳେ ଜଣଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ବାସିନ୍ଦା ମାନେ ସଙ୍ଗେ ସଙ୍ଗେ ବସ ରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ଘଟଣା ସ୍ଥଳ ରେ ପହଞ୍ଚି ଗୁରତର ଆହତ ମାନଙ୍କୁ ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲ ରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ । ଗୁରୁତର ଆହତ ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ବ୍ରିଜ ଅଣ ଓସାରିଆ ହୋଇଥିବାରୁ , ପ୍ରାୟତ ସମୟ ଦୁର୍ଘଟଣାଗ୍ରସ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ନୟାଗଡ଼ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରାଯାଉଛି ।

