ଉତ୍ତରପ୍ରଦେଶ (ଶ୍ରେୟ ତରଙ୍ଗ): ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ୮୫ ବର୍ଷ ବୟସ ରେ ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି ।

ହସପିଟାଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି, ଅଯୋଧ୍ୟା ରାମମନ୍ଦିରର ମୁଖ୍ୟ ପୂଜାରୀ ଶ୍ରୀ ସତ୍ୟେନ୍ଦ୍ର ଦାସ ଆଉ ନାହାନ୍ତି । ଫେବୃଆରୀ ୩ରେ ବ୍ରେନ ଷ୍ଟ୍ରୋକ କାରଣରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ଭି କରାଯାଇଥିଲା । ୮୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗରେ ପୀଡିତ ଥିଲେ । ଫେବୃଆରୀ ४ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ଯ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବା ପାଇଁ ଏସଜିପିଜିଆଇ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଚାର୍ଯ୍ୟ ସତ୍ୟେନ୍ଦ୍ର ନାଥଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପରମ ରାମଭକ୍ତ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସଜୀ ମହାରାଜଙ୍କ ନିଧନରେ ଅତ୍ୟନ୍ତ ଦୁଃଖତ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାମ ଜନ୍ମଭୂମିର ମୁଖ୍ୟ ପୂଜକ ଥିଲେ । ସେ ପିଲାଦିନରୁ ଅଯୋଧ୍ୟାରେ ରହୁଥିଲେ । ଦାସ ପ୍ରାୟ ୩୩ବର୍ଷ ଧରି ରାମଲାଲା ମନ୍ଦିର ସହିତ ଜଡିତ ଥିଲେ । ୧୯୯୨ ମସିହାରେ ବାବରୀ ଧ୍ବଂସ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ପୂଜା କରୁଥିଲେ । ସେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଥିଲେ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ୧୯୭୫ ମସିହାରେ ସଂସ୍କୃତ ବିଦ୍ୟାଳୟରୁ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୭୬ ମସିହାରେ ସେ ଅଯୋଧ୍ୟାର ସଂସ୍କୃତ କଲେଜର ବ୍ୟାକରଣ ବିଭାଗରେ ସହକାରୀ ଶିକ୍ଷକ ଭାବେ ଚାକିରି କରିଥିଲେ ।


