ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଆମ ସମସ୍ତଙ୍କ ବଡ଼ ମା, ଙ୍କ ଜୀବନ ଚର୍ଯ୍ୟା ଆମ ସମସ୍ତଙ୍କ ପାଇଁ ବରଦାନ । ସୂକ୍ଷ୍ମ ବିଚାର, ଦୃଷ୍ଟି ଭଙ୍ଗୀରେ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ, କୁ ଅନୁଧ୍ୟାନ କରିବାକୁ ପଡ଼ିବ । ଆଜି ଶ୍ରୀଶ୍ରୀ ବଡ଼ମା ଙ୍କ ୧୩୨ ତମ ଜନ୍ମ ଦିବସରେ , ପ୍ରଶ୍ନ ଆସେ, ଆମ ପରିବାର ରେ କାହିଁକି ଏତେ ବିଶୃଙ୍ଖଳା ଦେଖା ଦିଏ ? ଆମର ସନ୍ତାନ ମାନେ କାହିଁକି ଶ୍ରେଷ୍ଟ ହୋଇ ପାରନ୍ତି ନାହିଁ ? ସମାଜ ପ୍ରତି ମୁଁ ସଠିକ୍ କର୍ମ କରିପାରେ ନାହିଁ କାହିଁକି ? ମୋର କର୍ତ୍ତବ୍ୟ କଣ ? ବର୍ତ୍ତମାନ ରେ ଦେଖା ଯାଉଥିବା ବିଭିନ୍ନ ମନୁଷ୍ୟ କୃତ ଘଟଣା ଦୁର୍ଘଟଣା ପାଇଁ ଦାୟୀ କିଏ ? ଦେଶ ଦେଶ ଭିତରେ, ଦେଶ ଭିତରେ, ରାଜ୍ୟ ଭିତରେ, ପରିବାର ଭିତରେ ଅସମାନ, ଅସଙ୍ଗତି ଦେଖାଯାଏ କାହିଁକି ? ଏମିତି ଅନେକ ପ୍ରଶ୍ନ ଆସେ , ଆସିବା ବି ସ୍ଵାଭାବିକ କଥା । ଯଦି ଏତେ ସମସ୍ୟା ଅଛି, ତାହେଲେ ଏହାର କଣ ସମାଧାନ ନାହିଁ ? ମହାପୁରୁଷ ମାନେ କହିଯାଇଛନ୍ତି, ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ନାହିଁ ।

୧୯୦୬ ମସିହା, ଅଗଷ୍ଟ ୧୩ ତାରିଖଦିନ ଷୋଡ଼ଶୀବାଳା ଦେବୀଙ୍କ ସହିତ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ବିବାହ ସମ୍ପନ୍ନ ହୋଇଥିଲା । ୧୮୯୫ ମସିହା ବା, ୧୩୦୧ ସାଲ, ଶ୍ରାବଣ – ୧୪ ଦିନ ଶ୍ରାବଣ କୃଷ୍ଣ ଦ୍ଵାଦଶୀ ତିଥିରେ ପୂର୍ବ ବଙ୍ଗଳା ଅନ୍ତର୍ଗତ ପାବନା ଜିଲ୍ଲା ଧୋପାଦହ ଗ୍ରାମ ନିବାସୀ ଶ୍ରୀଯୁକ୍ତ ରାମଗୋପାଳ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରୀମତୀ ତ୍ରିନୟନୀ ଦେବୀଙ୍କର କୋଳମଣ୍ଡନ କରି ଜନ୍ମ ହୋଇଥିଲେ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା । ସତସଙ୍ଗ ଜଗତ ରେ ସମସ୍ତେ ସ୍ନେହ, ଆଦରରେ ଭକ୍ତିରେ , ଶ୍ରୀଶ୍ରୀ ବଡ଼ମା ବୋଲି ସମସ୍ତେ ସମ୍ବୋଧନ କରୁଥିଲେ । ବଡ଼ମା ଙ୍କ ଉଦ୍ଦେଶ୍ୟରେ ଶ୍ରୀଶ୍ରୀ ଠାକୁର୍ କହିଛନ୍ତ, ତୁମ ମାନଙ୍କର ଠାକୁର୍ ଯଦି ନାରୀ ହୋଇ ଜନ୍ମ ହୋଇଥାନ୍ତେ, ତାହେଲେ ତାଙ୍କର ରୁପ,ଗୁଣ ହୋଇଥାନ୍ତା ତୁମର ବଡ଼ମା ଙ୍କ ଭଳି ।ଶ୍ରୀଶ୍ରୀ ଠାକୁର୍ ଓ ଲକ୍ଷ୍ମୀ ମାଙ୍କ ଜୀବନ ଚର୍ଯ୍ୟା କୁ ଅନୁଧ୍ୟାନ କଲେ ଜଣାପଡେ, ଦାମ୍ପତ୍ୟ ଜୀବନର ସୁଖ କଣ । ଅନେକ ଘଟଣା ମଧ୍ୟରୁ ଚୁମ୍ବକ ରେ କିଛି କିଛି କୁହାଯାଇପାରେ, ଠାକୁର୍ ମାଙ୍କ ନିକଟରୁ କାନ ଫୁଲ ( ସୁବର୍ଣ୍ଣ) ମାଗି ନେଇ ଜଣେ ଭକ୍ତଙ୍କୁ ଦେଇଛନ୍ତି, ଘରେ ଶାଶୁ ଯେତେ ପଚାରିଲେ ମଧ୍ୟ କିଛି କହିନାହାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଗାଳି ମଧ୍ୟ ସହିଛନ୍ତି ଶାଶୁ ମାଆଙ୍କଠାରୁ, କିନ୍ତୁ ପାରେ ଯେତେବେଳେ ଭକ୍ତ ଜଣଙ୍କ ଆଣି ଫେରାଇଛନ୍ତି, ସବୁ ସତ ଜଣାପଡିଛି । ୨/ ଶାଶୁଘରେ ଲକ୍ଷ୍ମୀ ମା ଶାଗ ରାନ୍ଧିଛନ୍ତି, ସେଦିନ ଠାକୁର୍ ଶୀଘ୍ର ଶୀଘ୍ର ଆସି ଘରେ ଖାଦ୍ୟ ଗ୍ରହଣ କରିଛନ୍ତି, ସବୁ ଶାଗ ମାଗି ମାଗି ଖାଇଛନ୍ତି, ଯେତେବେଳେ ଲକ୍ଷ୍ମୀ ମା ବାସନ ମାଜିବାକୁ ଯାଆନ୍ତି, ମନେ ମନେ ଭାବିଛନ୍ତି, ସତରେ କଣ ଶାଗ ଭଜା ଏତେ ସ୍ଵାଦିଷ୍ଟ ହୋଇଥିଲା ଠାକୁର୍ ସବୁ ଶାଗ ଖାଇଦେଲେ, ନିଜେ ଯେତେବେଳେ କଡ଼େଇ ରୁ ଲାଗିଥିବା କିଛି ଶାଗ ଆଣି ଚାଖିଛନ୍ତି, ଏତେ ଲୁଣିଆ ହୋଇଥିଲା ଜେ, ମୁହଁ ବିକୃତ ହୋଇଯାଇଛି, ଭାବୁଛନ୍ତି ଏତେ ଲୁଣିଆ ଶାଗ କେମିତି ଠାକୁର୍ ଖାଇଲେ, କିଛି କହିଲେ ନାହିଁ, ବଢିଆ ହେଇଛି ହେଇଚି ପ୍ରଶଂସା କଲେ, ସତରେ ଯଦି ଏଇ ଲୁଣିଆ ଶାଗ ଆଜି ଶାଶୁମା ଖାଇ ଥାନ୍ତେ, ତାହେଲେ ତାଙ୍କ ଅବସ୍ଥା କଣ ହୋଇ, ତାହା ସେ କଳ୍ପନା ମଧ୍ୟ କରି ପାରିଲେ ନାହିଁ । ୩/, ହିଁମାଇତପୁର ଛାଡ଼ି ଦେଇଘର ରେ ଠାକୁର୍ ଆଶ୍ରମ ପ୍ରତିଷ୍ଠା କରି ଥାଆନ୍ତି, ଜଣେ ଭକ୍ତ ତାଙ୍କର ଦେହ ଭୀଷଣ ଖରାପ କଥା କହିବାରୁ, ଠାକୁର୍ ଲକ୍ଷ୍ମୀ ମାଙ୍କ ନିକଟକୁ ପଠାଇଲେ, ସମୁଦ୍ର ଶୈବାଳ ମାଗି ଆଣିବା ପାଇଁ । ବଙ୍ଗଳା ଦେଶ ଛାଡ଼ି ଆସିବା ପୂର୍ବରୁ ଠାକୁର୍ ମାଙ୍କୁ ସାଇତି ରଖିବା ପାଇଁ କହିଥିଲେ । ଯେତେବେଳେ ଭକ୍ତ ଜଣଙ୍କ ଆସି ମାଗନ୍ତି, ଅତି ଯତ୍ନ ସହକାରେ ସେ ସମୁଦ୍ର ଶୈବାଳ କୁ ଭକ୍ତ ଙ୍କ ହାତରେ ଦେଇ ଦିଅନ୍ତି । ଠାକୁର୍ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି । ୪/, ଥରେ ଠାକୁର୍ ପଣସ ଗଛକୁ ଏନେଇ କିଛି ସମୟ ଛିଡ଼ା ହୋଇଛନ୍ତି, ଯେତେବେଳେ ଖାଇବାକୁ ବସିଛନ୍ତି, ପଣସ ମଞ୍ଜି ଭାଜି ଖାଇବାକୁ ଦେଇଛନ୍ତି । ଠାକୁର୍ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି । ପରେ କହିଛନ୍ତି, ଜଣେ ଭକ୍ତ ଆଣି ଦେଇଥିଲେ, ସେ ତାକୁ ଅତି ଯତ୍ନ ସହକାରେ ସାଇତି ରଖିଥିଲେ । ୫/ ଭକ୍ତ ମାନଙ୍କ ଗହଣ ରେ ଠାକୁର୍ ବସି ଆଲୋଚନା କରୁଛନ୍ତି, ହଠାତ୍ ଜଣେ ଭକ୍ତ ଙ୍କ ହାତରେ ଖବର ଦେଇଛନ୍ତି, ଲଣ୍ଠନ ଲଗେଇ ଆଣିବା ପାଇଁ । ଶ୍ରୀଶ୍ରୀ ବଡ଼ମା ତୁରନ୍ତ ଲଣ୍ଠନ ଲଗେଇ ଆଣିଛନ୍ତି ଦିନବେଳେ । ପୁଣି କିଛି ସମୟ ପରେ କହିଛନ୍ତି, ଲଣ୍ଠନ ଲିଭେଇ ନେଇ ଯିବା ପାଇଁ । ମା, ଅତି ଯତ୍ନ ସହକାରେ ଲଣ୍ଠନ ଲିଭେଇ ନେଇଛନ୍ତି । ପ୍ରଶ୍ନ କରି ନାହାନ୍ତି ଦିନବେଳେ କଣ ଲଣ୍ଠନ ଲଗେଇବା ନିହାତି ଦରକାର ଥିଲା ବୋଲି । ୬/, ଠାକୁରଙ୍କ ପାଖରେ ଭୋଗ ଲାଗିବ, ରୋଷେଇ ପ୍ରସ୍ତୁତ ହୋଇ ସାରିଛି, ହଠାତ୍ ଠାକୁର୍ ଖେଚୁଡ଼ି ଖାଇବାକୁ କହିଛନ୍ତି, ଲକ୍ଷ୍ମୀ ମା ତୁରନ୍ତ ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଠାକୁରଙ୍କ ପାଖରେ ଯେଉଁ ଅନ୍ନ ଭୋଗ ଲାଗିବାର ବ୍ୟବସ୍ଥା ହୋଇଥିଲା, ସେଥିରେ କିଛି ଘିଅ, ଜିରା ଫୁଟେଇ ତାକୁ ତୁରନ୍ତ ମା ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି । ୭/, ଥରେ ନଦୀରେ ଗାଧୋଇବା ସମୟରେ, ଭଉଣୀ ପାଖରୁ ଠାକୁରଙ୍କ ବିଷୟରେ ତାଙ୍କ ବାପା ଅର୍ଥାତ୍ ରାମ ଗୋପାଳ ଭଟ୍ଟାଚାର୍ଯ୍ୟ କିଛି ଗାଳି କରୁଥିବା ଖବର ପାଇଲେ, ମା ଆଉ କିଛି କହିଲେ ନାହିଁ, ଘରକୁ ଶୀଘ୍ର ପଳେଇ ଆସିଲେ । ଯେତେବେଳେ ଲକ୍ଷ୍ମୀ ମାଙ୍କ ବାପା, ରାମ ଗୋପାଳ ଭଟ୍ଟାଚାର୍ଯ୍ୟ ଘରକୁ ଆସିଛନ୍ତି, ମା ତାଙ୍କର ସମସ୍ତ ସେବା, କରିଛନ୍ତି କିନ୍ତୁ କଥା ହେଉ ନାହାନ୍ତି । ରାମ ଗୋପାଳ ବାବୁ, ଝିଅଙ୍କ ମୁହଁ ରେ ଦୁଃଖ, କାନ୍ଦ କାନ୍ଦ ମୁହିଁ ଦେଖି ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି । ଝିଅ କଣ ପାଇଁ କିଛି କହୁନି, ଠାକୁରଙ୍କୁ ଅର୍ଥାତ୍ ସ୍ବାମୀଙ୍କୁ ବାପା ଗାଳି କରିଛନ୍ତି, ତେଣୁ ବାପାଙ୍କ ସହ ଝିଅ କଥା ହେଉ ନାହିଁ ଜାଣିଛନ୍ତି, ନିଜର ଭୁଲ ବୁଝି ପାରିଛନ୍ତି ।

ଏମିତି ଅନେକ ଘଟଣା ଉଦାହରଣ ସ୍ୱରୂପ ନିଆ ଯାଇପାରେ । ଠାକୁରଙ୍କୁ ମା ଙ୍କ ର ସ୍ନେହ, ଭକ୍ତି ଭଲପାଇବା ସ୍ୱରୂପ, ଜଗତ ପାଇଁ ଶ୍ରୀ ଶ୍ରୀ ବଡଦା ଙ୍କୁ ଭେଟି ଦେଇଛନ୍ତି । ଶ୍ରୀଶ୍ରୀ ବଡ଼ଦା କଣ ? କିଏ, କିଭଳି ଜୀବନ ସେ ବିତେଇ ଛନ୍ତି, ତାଙ୍କରି ଆଦର୍ଶ ରେ ସତସଙ୍ଗ ବିଶ୍ୱରେ ପ୍ରତିଷ୍ଠା ହୋଇ ପାରିଛି । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଠାକୁରଙ୍କ ଭାବଦର୍ଷ ରେ ଅନୁପ୍ରାଣିତ ହୋଇଛନ୍ତି । ବଡ଼ଦା ଙ୍କୁ ଦେଖି ବୁଝା ଯାଇପାରେ, ଶ୍ରୀ ଶ୍ରୀ ଠାକୁର୍ ଓ ଲକ୍ଷ୍ମୀ ମା କିଏ ? ଯେଉଁ କଥା କୁହାଯାଇଛି, ଗଛର ପରିଚୟ ପତ୍ର । ବାପା ମା କେଉଁଭଳି ସନ୍ତାନ କୁ ଦେଖି ଜାଣି ହୁଏ ।
ଶ୍ରୀ ଶ୍ରୀ ବଡ଼ମା ଙ୍କ ଉଦ୍ଦେଶ୍ୟରେ ଠାକୁର୍ କହିଛନ୍ତି, ମାଙ୍କ ଆଖିରେ କେବେ ନିଦ ନଥାଏ । ମୋଠାରୁ ତାର ସଂସାର ଦାୟିତ୍ଵ ବେସି ।ଘରେ କେଉଁଥିବଲାନ ଅଛି, ସବୁ ଠିକ୍ ଭବେ ସେ ରଖିଥାଏ ।ମୁଁ ଯେତେବେଳେ ଯାହା ଚାହେଁ, ଚଟ୍ କରି ଦେଇଥାଏ । ଟର୍ଚ୍ଚ ଲାଇଟ୍ ପରି ଆଖି, ସବୁ ଜିନିଷ କୁ ସେ ଧରିପାରେ । ମୋର କଣ ଖାଇବା ଉଚିତ୍, ମୋର କଣ ଦରକାର, ତାହା ବଡ଼ବୋହୂ ଭଲଭାବେ ଜାଣେ।(ଆଲୋଚନା ପ୍ରସଙ୍ଗ ୨ୟ ଖଣ୍ଡ) ଯିବ ଦଶା ରେ ଶ୍ରୀଶ୍ରୀ ଠାକୁର୍ କହିଛନ୍ତି, ତୁମେ ମୋର ମା, ଏ ଜଗତ ର ମା । ବିଶ୍ଵ କଲ୍ୟାଣ ର ମା ।

ଶ୍ରୀଶ୍ରୀ ଲକ୍ଷ୍ମୀ ମା କୁହନ୍ତି, ଠାକୁରଙ୍କ ସହ ଅନ୍ୟ କାହାକୁ ତୁଳନା କରାଯାଏ ନ ପାରେ । ସେ ଯିଏ ହଉନା କାହିଁକି । ଠାକୁରଙ୍କ କଣ କିଛି ବୈଶିଷ୍ଟ୍ୟ ନାହିଁ । ମୁଁ ୧୧ ବର୍ଷ ବୟସ ରୁ ଏ ଘରର ବୋହୂ ହୋଇ ଆସିଛି । ଠାକୁରଙ୍କ ସହ ଦିର୍ଘ୍ ୬୦ ବର୍ଷ ଘର ସଂସାର କରିବା ପରେ ମଧ୍ୟ ତାଙ୍କ କାଣି ଆଙ୍ଗୁଠି ସହ ସମାନ ନୁହେଁ । ତାଙ୍କ ଗୁଣରୁ ସାମାନ୍ୟ ତମ ମଧ୍ୟ ହାସଲ କରିପାରି ନାହିଁ । ଠାକୁର୍ ଙ୍କୁ ମା, କେତେ ଭଲ ପାଉଥିଲେ, ତାହା ଲେଖିବା, ଅସମ୍ଭବ ବ୍ୟାପାର । ଆଶ୍ରମ କୁ ଆସୁଥିବା ଭକ୍ତ ମାନଙ୍କର ଖାଇବା, ରହିବା ବ୍ୟବସ୍ଥା ସବୁ ମା ନିଜେ କରୁଥିଲେ । ଏକା ଏକା ୩୦୦/୪୦୦ ଲୋକଙ୍କ ପାଇଁ ପାଣି ଆଣିବା, ରୋଷେଇ କରିବା ସବୁ କାମ ମା କରୁଥିଲେ । ସ୍ବାମୀ _ସ୍ତ୍ରୀ ସମ୍ପର୍କ , ଶ୍ରୀ ଶ୍ରୀ ଠାକୁର୍ ବାଣୀ ଦେଇ କହିଛନ୍ତି, ” ନାରୀ ଠାରୁ ଜନମେ ଜାତି, ଥିଲେ ଜାତକ ତେବେ ତ ଜାତି, ସ୍ବାମୀ ଠାରେ ଯା’ ର ଜେମନ ରତି, ସନ୍ତାନ ପାଏ ସେପରି ମତି”
ଦାମ୍ପତ୍ୟ ଜୀବନ ଯେଉଁଭଳି ହେବା ଦରକାର ତାହା ଶ୍ରୀଶ୍ରୀ ଠାକୁର୍ ଓ ମା ଙ୍କ ଜୀବନୀ କୁ ଦେଖି ବେଶ୍ ବୁଝା ପଡ଼ିଯାଏ । ବିଶ୍ବର କୋଟି କୋଟି ମଣିଷ ଆଜି ଠାକୁରଙ୍କ ଦୀକ୍ଷାରେ ଅଭି ମନ୍ତ୍ରିତ ହୋଇ ସାରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଠାରୁ ସୁବାସ ଚନ୍ଦ୍ର ବୋଷ, ସେତେବେଳେ ସମସ୍ତେ ଠାକୁରଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ବୌଦ୍ଧ, ଜୈନ, ଶିଖ, ସବୁ ସମ୍ପ୍ରଦାୟ ର ଲୋକମାନେ ଠାକୁରଙ୍କ ପାଖକୁ ଆସିଛନ୍ତି । ବାସ୍ତବ ରେ ମଣିଷ ମଣିଷ ଭିତରେ କିଭଳି ସ୍ନେହ, ସମ୍ପର୍କ ରହିବା ଦରକାର, ବିଶ୍ୱନିତି କିଭଳି ହେବା ଦରକାର, ସବୁକିଛି ଠାକୁର୍ କହି ଯାଇଛନ୍ତି । ବିଜ୍ଞାନ ର ଉର୍ଦ୍ଧ ରେ ରହି, ସମସ୍ତ ନୀତି ନିୟମ କୁ ପାଳନ କରିଛନ୍ତି। ପରୀକ୍ଷା ମୂଳକ ଭାବେ ଦର୍ଶାଇ ଯାଇଛନ୍ତି, ସଠିକ୍ ବିବାହର ଫଳ କଣ ହୋଇ ପାରେ । ଦଶ ବିଦ୍ଧ ସଂସ୍କାର ଭିତର ଦେଇ ମଣିଷ ଜନ୍ମ ଲାଭ କରି, ଜୀବନ ଚକ୍ର ଗତି କରେ, ଯେଉଁଭଳି ଭାବେ ଦେବତା ମାନେ ଧରା ପୃଷ୍ଠାକୁ ଓଲେଇବାସନ୍ତି, ତାହା ଆଜି ଆଚାର୍ଯ୍ୟ ପରମ୍ପରା ଭିତରେ ଆମ ମାନଙ୍କ ପାଇଁ ଛାଡ଼ି ଯାଇଛନ୍ତି । ନାରୀ ର ସୁଦ୍ଧାତ ଉପରେ ଏ ଦେଶ ଓ ସମାଜ ଅବସ୍ଥାପିତ କରେ, ବାଣୀ ମାଧ୍ୟମରେ କହିଛନ୍ତି, ପୁରୁଷ ନଷ୍ଟ ହେଲେ ହୁଏନା ରେ କିଛି, ନାରୀ ନଷ୍ଟ ହେଲେ ସମାଜ ,ଜାତି ର ଅଧୋଗତୀ । ତେଣୁ ଉତ୍ତମ ବିବାହ କରାଯାଏ, ଆଉ ସନ୍ତାନ ଜନ୍ମ ଦିଆଯାଏ, ତାହେଲେ ଏ ସମାଜ ରେ ଯେଉଁଭଳି ଆଜି ଅଧୋଗତି ଦେଖା ଯାଉଛି, ତାହା ଘଟିବ ନାହିଁ । ସେଥିପାଇଁ ଆମକୁ ବିଧି ବିଧାନ ମାନିବାକୁ ପଡ଼ିବ । ବିଶେଷକରି, ମା ମାନଙ୍କ ଉପରେ ନାରୀର ନୀତି ର ପ୍ରଭାବ ଏତେ ଟିକେ ପଡେ, ଦେବ ସନ୍ତାନ ଜନ୍ମ ହେବା ପାଇଁ ବାଧ୍ୟ ହେବେ । ଯଦି ମା ମାନେ ତାକୁ ଅନୁସରଣ କରି ମାନି ଚଳନ୍ତି । ଯାହା ଲକ୍ଷ୍ମୀ ମାଙ୍କ ଜୀବନୀ ରେ ଘଟିଛି । ଆଚାର୍ଯ୍ୟ ପରମ୍ପରା ଭିତରେ ଆଜି ଦେଖାଇ ଦେଇଛନ୍ତି, ପରିବାର କିଭଳି ହେବା ଦରକାର । ବିବାହ, ସନ୍ତାନ ଜନ୍ମ ଯେଉଁଭଳି ହେବା ଦରକାର । ପରିଶେଷରେ, ଶ୍ରୀଶ୍ରୀ ଲକ୍ଷ୍ମୀ ମାଙ୍କ ୧୩୨ ତମ ଜନ୍ମ ଦିବସ ରେ ଶ୍ରେୟ ତରଙ୍ଗ ପରିବାର ତରଫରୁ ସମସ୍ତ ପାଠକ, ଶୁଭେଚ୍ଛୁ ଓ ମା ମାନଙ୍କୁ ଭକ୍ତିପୂତ ପ୍ରଣାମ ।
ଉତ୍ପଳ କୁମାର ସାହୁ,( ଯାଯକ୍ କର୍ମୀ), ମୁଖ୍ୟ ସମ୍ପାଦକ, ଶ୍ରେୟ ତରଙ୍ଗ, ୯୩୩୭୬୪୫୫୨୨/ ୯୧୭୮୮୭୫୪୨୪

