ନୟାଗଡ଼, (ଶ୍ରେୟ ତରଙ୍ଗ): ଗଣିଆ ବ୍ଲକ୍ ବେଲପଡ଼ା ପଞ୍ଚାୟତ ରାଉତପଡ଼ା ଖେଳପଡ଼ିଆରେ ସଂପର୍କ କ୍ଲବ ତରଫରୁ ୧୩ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। । ଗ୍ରାଣ୍ଡ ଫାଇନାଲ ରେ ଢୋଲମରା କ୍ରିକେଟ କ୍ଲବ ଓ ଟାଙ୍ଗୀସାହି କ୍ରିକେଟ କ୍ଲବ ମଧ୍ୟରେ ମହା ମୁକାବିଲା ହୋଇଥିଲା । ଟାଙ୍ଗୀସାହି କୁ ହରାଇ ଢୋଲମରା କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା ।

ଖେଳ ଆରମ୍ଭରୁ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଟାଙ୍ଗୀସାହି କ୍ରିକେଟ ଟିମ୍ । ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଢୋଲମରା କ୍ରିକେଟ କ୍ଲବ ୧୨ ଓଭରରେ ୫ ୱିକେଟ ହରାଇ ୧୪୮ରନ ସଂଗ୍ରହ କରି ବିଜୟୀ ହୋଇଥିଲା।

ଉଦାଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଳକ ଅଧ୍ଯକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ ଯୋଗଦାନ କରିଥିଲେ। ବିଜୟୀ ଢୋଲମରା ଦଳକୁ ନଗଦ ପାଞ୍ଚ ହଜାର ଟଙ୍କା ଅର୍ଥ ରାଶି ସହ, ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି । ଓ ଟାଙ୍ଗୀସାହି ଦଳକୁ ତିନି ହଜାର ଟଙ୍କା ପ୍ରଦାନ କରିଥିଲେ। ଖେଳକୁ ମନୋଜ ଓ ଗୋପାଳ ପରିଚାଳନା କରିଥିଲେ । ସଂପର୍କ କ୍ଲବ, ରାଉତପଡ଼ାର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

