Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ସରିଲା ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁ ଯାତ୍ରା । ଯୋଗଦେଲେ ମୁଖ୍ୟମନ୍ତ୍ରୀ, ହାତୀ ପିଠିରେ ବୁଲିଲେ

By sreyatarangaJanuary 14, 2025 ଆଜିର ଖବର
Ad 1

ବରଗଡ଼ (ଶ୍ରେୟ ତରଙ୍ଗ) ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ଆୟୋଜିତ ମହୋତ୍ସବରେ କଂସବଧ ଅଭିନୀତ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ।

ଶ୍ରୀକୃଷ୍ଣ, ବଲରାମ କାରାଗାରକୁ ଯାଇ ସେଠାରେ ବନ୍ଦୀଥିବା ଦେବକୀ, ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡ଼ୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରିଥିଲେ। ମଙ୍ଗଳବାର ସକାଳେ ସେ ମହୋଦଧିରେ ସ୍ନାନ କରିବା ସହିତ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂସ ମହାରାଜଙ୍କ ଅନ୍ୟ ସେନାପତି, ପାତ୍ରମନ୍ତ୍ରୀ ମାନେ ବରଗଡ଼ ଜିଲା ପାଇକମାଳ ବ୍ଲକ ନୃସିଂହନାଥକୁ ଯାଇ ସେଠାରେ ବହି ଯାଇଥିବା ଗୋକୁଣ୍ଡ ଘାଟରେ ସ୍ନାନ କରିବା ସହିତ ମହାପ୍ରଭୁ ନୃସିଂହନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି।

Ad 2

ଅନ୍ତିମ ଦିବସରେ ଜିଲାପାଳ ଆଦିତ୍ୟ ଗୋୟଲ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବରଗଡ଼ ପୋୖରାଧକ୍ଷ କଳ୍ପନା ମାଝୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଧନୁଯାତ୍ରା ସରିବାର ପୂର୍ବଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ଲୋକନାଟକ ଧନୁଯାତ୍ରା ବରଗଡ଼ ମାଟିକୁ ସମଗ୍ର ବିଶ୍ବରେ ପରିଚିତ କରାଇପାରିଛି । ପ୍ରାଚୀନ ପରମ୍ପରା ଓ ଲୋକ ରୀତିନୀତି ଆଧାରରେ ଏହି ଯାତ୍ରା ତା’ର ପାରମ୍ପରିକତାକୁ ବଜାୟ ରଖିଥିବାରୁ ଅତ୍ୟନ୍ତ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚଳିତ ବର୍ଷ ବରଗଡର ଐତିହ୍ୟ, ସଂସ୍କୃତି ତଥା ଜିଲ୍ଲାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଧନୁଯାତ୍ରାର ଅନୁଦାନ ରାଶିକୁ 10 ଲକ୍ଷ ଟଙ୍କାରୁ 1 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ଯାତ୍ରାର ସିଧାପ୍ରସାରଣ ଓ ବ୍ୟାପକ ପ୍ରଚାର ପ୍ରସାର ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି । ଯାତ୍ରାରେ ଅଂଶଗ୍ରହଣ କରିଥିବା ପ୍ରମୁଖ 170 ଜଣ କଳାକାରଙ୍କୁ 10 ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟାମନ୍ତ୍ରି ଘୋଷଣା କରିଛନ୍ତି । ଏଥ୍ ସହିତ ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ବିଶେଷଜ୍ଞ କମିଟି ଗଠନ ସହିତ ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ଏକ ସମର୍ପିତ ୱେବ୍‌ସାଇଟ୍ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ LED ପରଦା ମାଧ୍ୟମରେ ଧନୁଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି ଏବଂ ବିଗତ ବର୍ଷ ମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥ‌ିବା କଳାକାର କିମ୍ବା ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଛି ।

ବରଗଡ଼ ଧନୁଯାତ୍ରା ରେ ହାତୀ ପିଠିରେ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.