ଶ୍ରେୟ ତରଙ୍ଗ ବ୍ୟୁରୋ, କୋଟି କୋଟି ଭାରତୀୟଙ୍କ ଜୀବନ ବଞ୍ଚାଇବା ପାଇଁ ସୀମାରେ ଭାରତୀୟ ଯବାନ ମାନେ କାର୍ଯ୍ୟରତ ଥିବା ବେଳେ, ଚିକିତ୍ସା ଅବହେଳା ରୁ ଜଣେ ଭାରତୀୟ ଯବାନଙ୍କ ସ୍ତ୍ରୀ ମୃତୁ କରିବା ଘଟଣା ଏବେ ଓଡ଼ିଶାରେ ଆନ୍ଦୋଳନ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଭାରତ_ ପାକିସ୍ତାନ ମଧ୍ୟରେ ଯୁଦ୍ଧର ବିଭୀଷିକା ଦେଖା ଯାଇଥିବା ବେଳେ, ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଛୁଟି ରେ ଥିବା ଭାରତୀୟ ଯବାନ ମାନଙ୍କର ଛୁଟି ବାତିଲ ହୋଇଥିଲା ଏବଂ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଆସିଥିଲା ।ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଟେଙ୍ଗାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ସୁରକ୍ଷା ବଳ ରେ ଚାକିରି କରିଥିବା ବେଳେ, ତାଙ୍କ ସ୍ତ୍ରୀ ଲିପି ଗଣ୍ଡ ଗର୍ଭବତୀ ଥିଲେ । ଗତ ମାସ ୨୮ ତାରିଖ ଦିନ ବୁର୍ଲା ମେଡ଼ିକାଲ୍ ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାତ୍ର ତାଙ୍କ ଦେହ ଅତ୍ୟଧିକ ଅସୁସ୍ଥ ହେତୁ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା ।

ଏତିକିବେଳେ , ସୀମାରୁ ଖବର ଆସିଥିଲା ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ । ଖବର ପାଇ ତୁରନ୍ତ ଘରୁ ବାହାରି ପଡ଼ିଥିଲେ ଦେବରାଜ ଗଣ୍ଡ । ଚିକିତ୍ସା ଅବହେଳା ରୁ ଲିପି ଗଣ୍ଡଙ୍କ ଦେହ ଖରାପ ଆଡ଼କୁ ଗତି କରିବାରୁ, ସମ୍ବଲପୁର ର ଯୁବ ସାମ୍ବାଦିକ ଗୁଣମଣି ବିଶ୍ବାଳ ଙ୍କ ପ୍ରଚେଷ୍ଟା ରେ କିଛି ଯୁବ ସମାଜସେବୀ ବାହାରି ଆସି ରକ୍ତ ଦାନ କରିଥିଲେ । ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା, ଆଜି ଲିପି ଗଣ୍ଡ ଙ୍କ ଦେହାନ୍ତ ହୋଇଛି । ତେର ଦିନର ଛୋଟିଆ କଅଁଳ ଶିଶୁ ମା ଛେଉଣ୍ଡ ହୋଇ ଯାଇଥିବା ବେଳେ, ବାପା ଦେବରାଜ କୋଟି କୋଟି ଭାରତୀୟ ଙ୍କୁ ସୁରକ୍ଷା ଦେବା ପାଇଁ ସୀମାରେ କାର୍ଯ୍ୟରତ ଅଛନ୍ତି । ଏ ସମୟରେ, ଶ୍ରେୟ ତରଙ୍ଗ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରୁଛୁ, ଲିପିଙ୍କ ଆତ୍ମା ଶାନ୍ତି ପାଉ ଏବଂ ଦେବରାଜ ଗଣ୍ଡ ଙ୍କୁ ଅସୀମ ଶକ୍ତି, ଦିଅନ୍ତୁ,, ଏ ସମସ୍ତ କଷ୍ଟ କୁ ସହିବା ପାଇଁ ।

