କନ୍ଧମାଳ ( ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଦଳପଡ଼ା ପଞ୍ଚାୟତ ଝାମ୍ପି ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର । ପ୍ରଶାନ୍ତ କହଁର ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀକୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲା । ଛଅ ଗୋଟି ପୁତ୍ର ସନ୍ତାନ କୁ ଧରି ସ୍ତ୍ରୀ ଅହଲ୍ୟା କହଁର ଦୁଃଖଦ ଜୀବନ ଯିଉଁ ଥିଲା ।ସ୍ବାମୀ ନିଶାସକ୍ତ ରହିବା ସହିତ ପରକ୍ରୀୟା ପ୍ରୀତିରେ ଯୋଡିତ ରହୁଥିବା ଅଭିଯୋଗ ହୋଇଛି । ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ସବୁବେଳେ ଲାଗି ରହୁଥିଲା । ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟା ହାଣିବା ପାଇଁ ଗୋଡାଇବା ବେଳେ ସ୍ବାମୀ ହାତରୁ ସ୍ତ୍ରୀ ଟାଙ୍ଗିଆ ଛଡେଇ ସ୍ବାମୀ କୁ ଆକ୍ରମଣ କରିଥିଲା ଏ ନେଇ ଥାନାରେ ୧୩୮/୨୫ ମାମଲା ରୁଜୁ କରାଯାଇଛି।ଗୁରୁତର ଅବସ୍ଥାରେ ପୋଲିସ ପ୍ରଶାନ୍ତ କୁ ଉଦ୍ଧାର କରି ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡ଼ିକାଲକୁ ପ୍ରଶାନ୍ତ କୁ ରେଫର୍ କରାଯାଇଛି ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି

