( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ସହ ପ୍ରତିରିତ୍ଵିକ୍ ସ୍ବର୍ଗତ ବସନ୍ତ କୁମାର ସାହୁଙ୍କ ୧୪ ଦିବସ ରେ ତାଙ୍କର ବାସଭବନ କଣ୍ଟିଲୋ ପଣୁ ସାହି ପାଟଣା ରେ ଦିବ୍ୟ ସତସଙ୍ଗ ଓ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି ।

ଶିକ୍ଷକ ଜୀବନ ରୁ ଅବସର ନେବା ପରେ ଜୀବନ ବ୍ୟାପି ଠାକୁରଙ୍କ କର୍ମ ରେ ନିଜକୁ ନିୟୋଜନ ରଖିଥିଲେ । ବିଶେଷକରି କଣ୍ଟିଲୋ ସତସଙ୍ଗ ଶ୍ରୀ ମନ୍ଦିର ନିର୍ମାଣ ରେ ନିଜକୁ ସାମିଲ କରି ଏହାର ଦାୟିତ୍ବ ନେଇଥିଲେ । ପ୍ରତିଦିନ ଗୁରୁଭାଈ , ମା ମାନଙ୍କ ଠାରୁ ଅର୍ଘ୍ୟ ସଂଗ୍ରହ କରିବା, ଦୀକ୍ଷା ଦାନ କରିବା ଓ ଠାକୁରଙ୍କ ଜୀବନୀ ପ୍ରଚାର ପ୍ରସାର କରିବା ରେ ସାମିଲ ରଖିଥିଲେ ।

୧୯୫୩ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ, ୨୦୨୫ ଜୁନ ୧ ତାରିଖ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୭୩ ବର୍ଷ ବୟସ ଜୀବନ ଭିତରେ ଜଣେ ଶିକ୍ଷକ ହିସାବ ହିସାବ ରେ ଯେତିକି ପ୍ରିୟ ହୋଇଥିଲେ, ଠାକୁରଙ୍କର କର୍ମୀ, ସହ ପ୍ରତି ରିତ୍ୱିକ୍ ହିସାବ ରେ କଣ୍ଟିଲୋ, ଗଣିଆ , ଭାପୁର, ଅଞ୍ଚଳ ରେ ପ୍ରିୟ ହୋଇଥିଲେ । ଶ୍ରୀ ସାହୁଙ୍କ ୧୪ ଦିବସ ରେ ଦିବ୍ୟ ସତସଙ୍ଗ ଆୟୋଜନ ହୋଇଥିବା ବେଳେ, ଖୋର୍ଦ୍ଧା ର ସହ ପ୍ରତି ରିତ୍ଵିକ୍ କାଶୀନାଥ ସାହୁଙ୍କ ଅଧ୍ୟକ୍ଷତା ରେ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଶତାଧିକ କର୍ମୀ, ଗୁରୁଭାଇ ଓ ମା ମାନେ ସତସଙ୍ଗ ରେ ଯୋଗ ଦେଇଥିଲେ ।


